
କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ନାବାର୍ଡ ତରଫରୁ ୨୦୨୬-୨୭ ଆର୍ଥକ ବର୍ଷ ପାଇଁ ଅଗ୍ରାଧିକାର କ୍ଷେତ୍ରରେ ନାବାର୍ଡ ତରଫରୁ ୬୫୦୦.୧୪ କୋଟି କ୍ରେଡିଟ୍ ପ୍ଲାନ କରାଯାଇଛି । ସେଥି ମଧ୍ୟରୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲା ପାଇଁ ୩୭୯୩.୭୮ କୋଟି ୨୦୨୬-୨୭ ପାଇଁ ଆକଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଡିସିସି ସଭାରେ ଏହି କ୍ରେଡିଟ୍ ପ୍ଲାନ ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଓ ଜିଲ୍ଲା ନାବାର୍ଡ ଅଧିକାରୀ ଡ଼ଃ. ସ୍ମିତା ବଡଜେନା, ଏଲଡିଏମ ରମାକାନ୍ତ ମାଝି, ଏଲଡିଓ ଆରବିଆଇ ଅବିନାଶ ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମେଶ ଚନ୍ଦ୍ର ମଲିକଙ୍କ ସମେତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ, ଜିଲ୍ଲା ପଶୁ ସମ୍ପଦ ଅଧିକାରୀ ଡ଼ଃ. ମନୋଜ କୁମାର ପଟ୍ଟନାୟକ, ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କର ଶାଖା ପରିଚାଳକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କ୍ରେଡିଟ୍ ପ୍ଲାନ ଉନ୍ମୋଚନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ରବି