ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ
ଜୟପୁର, ୨୦ ଡିସେମ୍ବର (ହି.ସ.)- ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିଅର୍ ରେଡକ୍ରସ ର ଉପାଧ୍ୟକ୍ଷାଙ୍କ ସଭାପତିତ୍ବରେ ଆୟୋଜିତ ଏହି
ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ


ଜୟପୁର, ୨୦ ଡିସେମ୍ବର (ହି.ସ.)- ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିଅର୍ ରେଡକ୍ରସ ର ଉପାଧ୍ୟକ୍ଷାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଥିଲେ କୋଟପାଡ ବିଧାୟକ ରୂପୁ ଭାତ୍ରା, ସମ୍ମାନୀତ ଅତିଥି ଥିଲେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ କନକଲତା ପେଣ୍ଠିଆ, କୁନ୍ଦୁରା ଉପାଧ୍ୟକ୍ଷ ତରଣିସେନ ବିଶୋଇ, କୁନ୍ଦୁରା ସରପଞ୍ଚ ଲବ ପରଜା, କୁନ୍ଦୁରା ସମିତି ସଭ୍ୟ ଦାମୋଦର ଗଣ୍ଡ, ପ୍ରତିନିଧି ଅମ୍ବୁ ପାତ୍ର, ରାଜ୍ୟ ଜୁନିଅର ରେଡକ୍ରସ୍ ସାଧନକର୍ମି ଯଜ୍ଞେଶ୍ଵର ପଣ୍ଡା ।

ଶିବିରରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରାର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଜିଲ୍ଲା ଜୁନିଅର୍ ରେଡକ୍ରସ ଅଧିକାରୀ ହରେକୃଷ୍ଣ ମହାରଣା ସ୍ବାଗତ ଭାଷଣ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଲଲାଟେନ୍ଦୁ ପୂଜାରୀ ଶିବିର ବିବରଣୀ ପାଠ କରିଥିଲେ। ଏହାପରେ ଦୁଇ ଜଣ ଜୁନିଅର୍ ନିଜର ଅନୁଭୂତି କହିଥିଲେ। ଅତିଥିଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜିଲ୍ଲା ସାଧନ କର୍ମୀ ଜ୍ୟୋତି ରଞ୍ଜନ ନନ୍ଦ ସଭା ସଂଚାଳନ କରିଥିଲେ। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ । ଅନ୍ତିମରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande