
କେନ୍ଦ୍ରାପଡା, ୨୦ ଡିସେମ୍ବର (ହି.ସ.)- ମାର୍ଶାଘାଇ ମହାବିଦ୍ୟାଳୟ ସନ୍ନିକଟ +୨ ବିଜ୍ଞାନ ଆବାସିକ ଶିକ୍ଷା ପ୍ରତିଷ୍ଠାନ ରିଜୋନାନ୍ସ କ୍ଲାସେସ ପକ୍ଷରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଅଧ୍ୟାପିକା ସୁଚିତ୍ରା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ କିରଣ କୁମାର ଚୌଧୁରୀ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ, ପ୍ରାଧ୍ୟାପକ ଡ଼ଃ. ପ୍ରଭାତ ରଞ୍ଜନ ଲେଙ୍କା, ବିପିନ ବିହାରୀ ନାଥ, ଅଧ୍ୟାପକ ଲକ୍ଷ୍ମୀଧର ଲେଙ୍କା, ସୁଜିତ ମଣ୍ଡଳ, ତୁଷାର କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ l ପରିଚାଳକ ଅରବିନ୍ଦ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ରଥ, ଶୁଭଶ୍ରୀ ବେହେରା, ଦେବିସ୍ମିତା ସ୍ୱାଇଁ, ଜ୍ୟୋତିର୍ମୟୀ ଲେଙ୍କା, କଳ୍ପିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି