
ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଓଡଙ୍ଗ ଆଚଂଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ ଗୋପାଳପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଗରପଡା ଶିକ୍ଷାପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ମଧୁସ୍ମିତା ତ୍ରିପାଠୀ, ସମ୍ମାନିତ ଅତିଥି ମଙ୍ଗୁଲି ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ, ଓଡଙ୍ଗ ଜେକେ ନୋଡାଲ୍ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଧବା ନନ୍ଦ ମୁଣ୍ଡା, ବୋଡକପାଟଣା ହରିହର ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ବିହାରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସହଜ ସରଳ ଭାବରେ ଶିକ୍ଷାଦାନ କଲେ ପିଲା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅଧିକ ଜ୍ଞାନଶାଳୀ ହୋଇପାରିବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରେମଲତା ଜେନା, ବାରିଆଲ୍ ଟୁଡୁ, ସନାତନ ଦାଶ, ସୂର୍ଯ୍ୟମଣି ଜେନା, ସରସ୍ୱତୀ ନାଥ, ଅମିତା ସାହୁ, ଦିବ୍ୟଜ୍ୟୋତି ଜେନା, ହଳଧର ସେଠୀ, ଶ୍ରୀଧର ପଣ୍ଡା, ସୁଶାନ୍ତ ଖୁଟିଂଆ,ରଞ୍ଜିତା ଦାସ, ବାସନ୍ତୀ ଲତା ପ୍ରଧାନ, ମାନସ ରଞ୍ଜନ ସେଠୀ, କୌଶଲ୍ୟା ଜେନା, ଅମର ସ୍ୱାଇଁ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ