
ଭୁବନ, ୨୦ ଡିସେମ୍ବର (ହି.ସ.)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡ ଗଣେଶ ବଜାର ନିବାସୀ ବରିଷ୍ଠ ଜଙ୍ଗଲ ଅଧିକାରୀ ( ଫରେଷ୍ଟର) ସ୍ବର୍ଗତ ବସନ୍ତ କୁମାର ସାହୁଙ୍କ ଧର୍ମପତ୍ନୀ ଶାନ୍ତିଲତା ସାହୁ ( ୬୫)ଙ୍କ ଶନିବାର ଅପରାହ୍ନ ୪ଟା ସମୟରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ଦୁଃସମ୍ବାଦ ପାଇ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନରହରି ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁଙ୍କ ଭାଉଜ ସ୍ବର୍ଗତା ଶାନ୍ତିଲତା ସାହୁ ଏକାଧାରରେ ଜଣେ ଧର୍ମ ପରାୟଣା, ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ଦୟାଳୁ ଓ ମେଳାପୀ ସ୍ଵଭାବର ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ