ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ
ବଲାଙ୍ଗିର, 20 ଡିସେମ୍ବର (ହି.ସ.) ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ବହଲପଦର ଠାରେ ଓଷ୍ଟା ପକ୍ଷରୁ ଅନୁଷଠିତ ହୋଇଯାଇଅଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣୀ କର୍ମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଦିବ୍ୟ ଭାରତୀ ପଧାନ ସରପଂଚ ବଇରାସର ଗ୍ରା.ପ. ମୁ
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ


ବଲାଙ୍ଗିର, 20 ଡିସେମ୍ବର (ହି.ସ.) ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ବହଲପଦର ଠାରେ ଓଷ୍ଟା ପକ୍ଷରୁ ଅନୁଷଠିତ ହୋଇଯାଇଅଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣୀ କର୍ମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଦିବ୍ୟ ଭାରତୀ ପଧାନ ସରପଂଚ ବଇରାସର ଗ୍ରା.ପ. ମୁଖ୍ୟ ଅତିଥି, ଦେବେନ୍ଦ୍ର ହାତୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁଖ୍ୟବକ୍ତା, ପରକ୍ଷିତ ଶତପଥି ସରପଂଚ ଖଲିଆପାଲି ଗ୍ରା.ପ. ସମ୍ମାନିତ ଅତିଥି, ବନ୍ଧପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୧୫ଟି ଉଚ୍ଚ ବିଦ୍ୟାଳୟ ର ୧୨୦ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବ୍ଲକ ଓଷ୍ଟା ସଭାପତିି ଶ୍ରୀ କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ସରୋଜ କୁମାର ପଧାନ ଅଧ୍ୟକ୍ଷ ପୁଇଁନ୍ତଲା ବ୍ଲକ, ସମ୍ମାନିତ ଅତିଥି ଅଦ୍ୱେତ କର୍ଣ୍ଣ ସରପଂଚ ବହଲପଦର ଗ୍ରା.ପ. ମୁଖ୍ୟବକ୍ତା ସୁଧିର କୁମାର ନାଏକ ରାଜ୍ୟ ଉପ-ସଭାପତି ଓଷ୍ଟା , ଅନିଲ କୁମାର ସାହୁ କାର୍ଯ୍ୟକାରୀ ସଭାପତି ଓଷ୍ଟା ବଲାଙ୍ଗିର, ପିତାମ୍ବର ଛତର ସହ-ସମ୍ପାଦକ ଓଷ୍ଟା ବଲାଙ୍ଗିର, ଅରବିନ୍ଦ ପଧାନ ଓଷ୍ଟା ବଲାଙ୍ଗିର ଦିଲିପ କୁମାର ବାରିକ ସମ୍ପାଦକ ପୁଇଁନ୍ତଲା ବ୍ଲକ, ପୂର୍ଣ୍ଣଚନ୍ଦ୍ର ମେହେର ପୂର୍ବତନ ସମ୍ପାଦକ ପୁଇଁନ୍ତଲା ବ୍ଲକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏକକ ଅଭିନୟ ରେ ଅନୁସୟା ସାହୁ, ତର୍କରେ ରିଙ୍କିସା, କୁଇଜ ରେ ସେଫାଳୀ କର୍ମି, କଣ୍ଠ ସଂଗୀତ ରେ ଚନ୍ଦ୍ରମା ଭୋଇ, ଆବୃତ୍ତି ରେ ଲିସା ମହାକୁର, ଚିତ୍ରାଙ୍କନ ରେ ଆଲୋକ ପଧାନୀ, ସାଧାରଣ ଜ୍ଞାନ କ୍ଷୀରୋଦ୍ର ସୁନା, କବିତା ଲିଖନ ସାଗରିକା ସେଠ, ଗଳ୍ପ ଲିଖନ ଝରଣା ସାହୁ, ଏକକ ନୃତ୍ୟ ରେ ଅଙ୍କୁମ ତାଣ୍ଡ ଓ ଶେଷରେ ଚଳିତ ୨୦୨୫ ମସିହାରେ ପୁଇଁନ୍ତଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଅବସର ଗ୍ରହଣ କରିଥିବା ଶିକ୍ଷକ ବୁଡୁ ପଧାନ, ଧନୁର୍ଦ୍ଧର କୁମାର ସାହୁ, ଗୋବର୍ଦ୍ଧନ ସାହୁ, ନିଧି ସାହୁ, ରାଜ କିଶୋର ପଣ୍ଡା, ପ୍ରବୀଣ ପଣ୍ଡା, ମାନ ଭଞ୍ଜନ ରାଉତ, କପିଲାସ ମହାକୁର, ପବିତ୍ର ପଧାନ ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଶେଷରେ ଛତା ପିପଲ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋବିନ୍ଦ ଥାର୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande