୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ, ଓଷ୍ଟା ଉଦଘାଟିତ
କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - ଶିଶୁ ମୁହଁରେ ହସ ଫୁଟାଇବାର ପ୍ରୟାସ ନେଇ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦୁଝର ଆଜି ତାହାର ୪୨ ତମ ଶିଶୁ ଉତ୍ସବ ଏନ୍‌.ଏସ୍‌.ପୋଲିସ୍ ହାଇସ୍କୁଲ ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଓଷ୍ଟା କେନ୍ଦୁଝରର ସଭାପତି ମନ୍ମଥନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ
Sishu utsav ingurated


କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - ଶିଶୁ ମୁହଁରେ ହସ ଫୁଟାଇବାର ପ୍ରୟାସ ନେଇ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦୁଝର ଆଜି ତାହାର ୪୨ ତମ ଶିଶୁ ଉତ୍ସବ ଏନ୍‌.ଏସ୍‌.ପୋଲିସ୍ ହାଇସ୍କୁଲ ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଓଷ୍ଟା କେନ୍ଦୁଝରର ସଭାପତି ମନ୍ମଥନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଏହି ଉତ୍ସବର ଭରପୁର ସୁଯୋଗ ନେବାକୁ ଉପଦେଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଯୋଗ ଦେଇ ଶିଶୁ ଉତ୍ସବ ମାଧ୍ୟମରେ ସେମାନଙ୍କର ପ୍ରତିଭା ବିକାଶ କରିବା ପାଇଁ ଓଷ୍ଟାର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର ପୂର୍ଣ୍ଣଚନ୍ଦ୍ର ବରିହା ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ଜିଲ୍ଲାର ଗରିମା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ଓଷ୍ଟାର ବିଭିନ୍ନ ଛାତ୍ର କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ ଏହି ଶିଶୁ ଉତ୍ସବ ପ୍ରତିଭା ଅନ୍ୱେଷଣର ଏକ ପ୍ରକୃଷ୍ଟ କ୍ଷେତ୍ର ବୋଲି ଅଭିବ୍ୟକ୍ତି ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓଷ୍ଟା ଭିକାରୀ ଚରଣ ସାହୁ, ରାଜ୍ୟ ସହ ସମ୍ପାଦକ ଓଷ୍ଟା ମୃତ୍ୟୁଞ୍ଜୟ ପଲେଇ ଏବଂ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜ୍ଞାନେନ୍ଦ୍ର ଦେଓ ଓଷ୍ଟା ଶିଶୁ ଉତ୍ସବର ଐତିହ୍ୟ ଓ ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସମ୍ପାଦକ ଓଷ୍ଟା ରଞ୍ଜନ କୁମାର ଘଡ଼େଇ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହୋଇଥିବା ଶିଶୁ ଉତ୍ସବ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ସଭାପତି ମନ୍ମଥ ନାଥ ମହାନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଶିଶୁ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ତଥା ଏନ୍‌.ଏସ୍‌.ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ ତାଙ୍କ ବିଦ୍ୟାଳୟରେ ଶିଶୁ ଉତ୍ସବ କରିବା ପାଇଁ ସୁଯୋଗ ଦେଇ ଥିବାରୁ ଓଷ୍ଟା କର୍ମକର୍ତା ଏବଂ ମଂଚାସୀନ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏନ୍‌.ଏସ୍‌.ପୋଲିସ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଓଷ୍ଟା କେନ୍ଦୁଝରର କର୍ମକର୍ତାଗଣ ଓ ପୁରାତନ ନେତୃ ମଣ୍ଡଳୀ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande