ଷଷ୍ଠ ଉଇତର ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ଆରମ୍ଭ
କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - ଷଷ୍ଠ ଉଇତର ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ଗତକାଲି ସନ୍ଧ୍ୟାରେ ନରଣପୁରଠାରେ ଆରମ୍ଭ ହୋଇଯାଇଛି। ଗତକାଲି ସମାରୋହରେ ଉଦଘାଟନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତି ଫିତା କାଟି ଆନୁଷ୍ଠାନିକ ଭାବେ ଚାମ୍ପିୟନଶିପ୍ ଆରମ୍ଭ କରିଥିଲେ।
ଷଷ୍ଠ ଉଇତର ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ଆରମ୍ଭ


କେନ୍ଦୁଝର, ୨୦ ଡିସେମ୍ବର (ହି.ସ.) - ଷଷ୍ଠ ଉଇତର ବ୍ୟାଡମିଂଟନ୍ ଚାମ୍ପିୟନଶିପ୍ ଗତକାଲି ସନ୍ଧ୍ୟାରେ ନରଣପୁରଠାରେ ଆରମ୍ଭ ହୋଇଯାଇଛି। ଗତକାଲି ସମାରୋହରେ ଉଦଘାଟନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତି ଫିତା କାଟି ଆନୁଷ୍ଠାନିକ ଭାବେ ଚାମ୍ପିୟନଶିପ୍ ଆରମ୍ଭ କରିଥିଲେ। ତାଙ୍କ ସହ ଉପସ୍ଥିତ ଅନ୍ୟ ଅତିଥିମାନେ ଥିଲେ ସିଟିଜି ଗ୍ରୁପର ପ୍ରତିଷ୍ଠାତା ଡ଼ ରାଜେନ୍ଦ୍ର ପଲେଇ, ବିଜେପି ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଲିପ କୁମାର ପଣ୍ଡା, ନରଣପୁର ସରପଂଚ ରୀନା ନାଏକ ଏବଂ ବିଜେପି ନରଣପୁର ମଣ୍ଡଳ ସଭାପତି ରତିରଞ୍ଜନ ସାହୁ।ଏହି ପ୍ରତିଯୋଗିତାରେ ତାରେ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି ଛନ୍ତି ଯାହା ଭିତରୁ ଜିଲ୍ଲା ବାହାରୁ ମଧ୍ୟ ବହୁତ ଭଲ ଖେଳାଳି ଆସିଛନ୍ତି। ତିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ୨୧ ତାରିଖ ରବିବାର ଦିନ ସରିବ। ଖେଳର ସୁପରିଚାଳନା ପାଇଁ ଆୟୋଜକ କମିଟିର ସଭାପତି ତଥାଗତ ମହାନ୍ତି, ସେକ୍ରେଟାରୀ ଶ୍ରାବଣ ଜେନା ଏବଂ ସଦସ୍ୟ ନୃପତି ଜେନା, ଜ୍ଞାନରଞ୍ଜନ ନାଏକ, ଦେବାଶିଷ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଲିପୁ ନାଏକ ଏବଂ ତପୁ ସାହୁ ପ୍ରମୁଖଙ୍କ ତତ୍ୱାବଧାନରେ ଖେଳ ପରିଚାଳିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande