ମେଲେରିଆ ନେଲା ହଷ୍ଟେଲ ଛାତ୍ରଙ୍କ ଜୀବନ
ମାଲକାନଗିରି, ୨୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମେଲେରିଆ ଜ୍ଵରରେ ଆଜି ମୃତ୍ୟୁ ଘଟିଛି । ସୂଚନା ମୁତାବକ, ମାଙ୍ଗିଗୁଡ଼ା ଗ୍ରାମର ପ୍ରକାଶ ମାଡକାମୀଙ୍କ ପୁ
ମେଲେରିଆ ନେଲା ହଷ୍ଟେଲ ଛାତ୍ରଙ୍କ ଜୀବନ


ମାଲକାନଗିରି, ୨୦ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମେଲେରିଆ ଜ୍ଵରରେ ଆଜି ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ମାଙ୍ଗିଗୁଡ଼ା ଗ୍ରାମର ପ୍ରକାଶ ମାଡକାମୀଙ୍କ ପୁଅ ଦେବା ମାଡକାମୀ ଚିତ୍ରାଙ୍ଗପାଲ୍ଲୀ ବିଦ୍ୟାଳୟର ଛାତ୍ରାବାସରେ ରହି ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ବୁଧବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଏମ ଭି -୫୫ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କୁ ଚିକିତ୍ସା କରାଇଥିଲେ । ପରେ ଦେହ ସୁସ୍ଥ ନ ହେବାରୁ ୧୮ ତାରିଖ ପୁନର୍ବାର ସ୍ଥାନୀୟ ଆଶା ତାଙ୍କ ରକ୍ତ ନମୁନା ପରୀକ୍ଷା କରିବାରୁ ତାଙ୍କୁ ମେଲେରିଆ ଜ୍ଵର ହୋଇଥିବା ଜାଣିବାକୁ ପାଇଥିଲେ । ପରିବାର ବର୍ଗଙ୍କୁ ଖବର ଦେବାରୁ ସେମାନେ ଦେବାକୁ ୧୯ ତାରିଖ ଦିନ ଘରକୁ ନେଇଯାଇଥିଲେ । ଘରେ ପୁଅର ଦେହ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ତା'ର ଆଜି ଭୋର ୪ଟା ସମୟରେ ମୃତ୍ୟୁ ଘଟିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande