କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ବଦ୍ୟାନତା, ଆମ୍ବୁଲାନ୍ସରେ ଆଣିଲେ ମର ଶରୀର
ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ସରମରା ଗ୍ରାମର ଅର୍ଜୁନ କୁମାର ନାଥଙ୍କ ସାନପୁଅ ଶୁଭ୍ରାଶୁଂ କୁମାର ନାଥ(୪୦) ବାଙ୍ଗାଲୋରର ଏକ ପେପର ମିଲରେ କାର୍ଯ୍ୟ କରନ୍ତି । ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ଗତ ଶୁକ୍ରବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଅର୍ଜୁନ ଜଣେ ଅଭାବୀ
file photo of subhranshu nath


ଭଦ୍ରକ, ୨୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ସରମରା ଗ୍ରାମର ଅର୍ଜୁନ କୁମାର ନାଥଙ୍କ ସାନପୁଅ ଶୁଭ୍ରାଶୁଂ କୁମାର ନାଥ(୪୦) ବାଙ୍ଗାଲୋରର ଏକ ପେପର ମିଲରେ କାର୍ଯ୍ୟ କରନ୍ତି । ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ଗତ ଶୁକ୍ରବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଅର୍ଜୁନ ଜଣେ ଅଭାବୀ ଚାଷୀ ପରିବାରର ହୋଇ ଥିବାରୁ ପୁଅ ଶୁଭ୍ରାଶୁଂଙ୍କ ମର ଶରୀରକୁ ବାଙ୍ଗାଲୋରରୁ ଆଣିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରି ନଥିଲା । ସରମରା ଗ୍ରାମର ଯୁବ କଂଗ୍ରେସ ନେତା ଦେବଦତ ଜଗତଜିତ୍ ଜେନା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ପଟ୍ଟନାୟକ ୫୫ ହଜାର ଟଙ୍କାର ଆମ୍ବୁଲାନ୍ସ ଦେୟ ଦେବା ପରେ ଶୁଭ୍ରାଶୁଂଙ୍କ ମରଶରୀର ସରମରାକୁ ଆସୁଛି । ନବଜ୍ୟୋତିଙ୍କ ଏହି ବଦ୍ୟାନତା ପାଇଁ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ଯୁବନେତା ନିରଞ୍ଜନ ବିଶ୍ୱାଳ, ଚିଟୁଂ ଜେନା, ମନୋଜ ସ୍ୱାଇଁ, ବସନ୍ତ ମହାନ୍ତି ପ୍ରମୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande