ଅର୍ଜିତ ମହାପାତ୍ରଙ୍କୁ ସ୍ବର୍ଣ୍ଣ ପଦକ
ଜୟପୁର, ୨୦ ଡିସେମ୍ବର (ହି.ସ.)-ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ତା ୧୮.୧୨ ୨୦୨୫ ଓ ୧୯.୧୨.୨୦୨୫ ରେ ଅନୁଷ୍ଠିତ ହୋଇଥିବା ନବମ ସର୍ବୋକୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଜୟପୁରର ଅର୍ଜିତ ମହାପାତ୍ର + ୯୦ କିଗ୍ରା ବର୍ଗରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ହ
ଅର୍ଜିତ ମହାପାତ୍ରଙ୍କୁ ପୁଣିଥରେ ସ୍ବର୍ଣ୍ଣ ପଦକ


ଜୟପୁର, ୨୦ ଡିସେମ୍ବର (ହି.ସ.)-ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ତା ୧୮.୧୨ ୨୦୨୫ ଓ ୧୯.୧୨.୨୦୨୫ ରେ ଅନୁଷ୍ଠିତ ହୋଇଥିବା ନବମ ସର୍ବୋକୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଜୟପୁରର ଅର୍ଜିତ ମହାପାତ୍ର + ୯୦ କିଗ୍ରା ବର୍ଗରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି lଉକ୍ତ ପ୍ରତିଯୋଗିତା ନିମନ୍ତେ କୋରାପୁଟ ଜିଲ୍ଲାରୁ ୨ ଜଣ ମୁଷ୍ଟି ଯୋଦ୍ଧା ଅଂଶଗ୍ରହଣ କରିଥିଲେ। ଅନ୍ୟ ମୁଷ୍ଟି ଯୋଦ୍ଧା ବିକାଶ ସାହୁ ୬୦-୬୫ କିଗ୍ରା ବର୍ଗରେ ଅଂଶଗ୍ରହଣ କରିଥିଲେ lଅର୍ଜିତ ମହାପାତ୍ରଙ୍କୁ ଆମେଚର୍ ବକ୍ସି ସଂଘ କୋରାପୁଟ ତରଫରୁ ସଭାପତି ଶଶୀଭୂଷଣ ଦାଶଙ୍କ ସମେତ ସମସ୍ତ ନେତୃବୃନ୍ଦ ଶୁଭେଛା ଜ୍ଞାପନ କରିବା ସହିତ ଏହା କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପୋଷଣ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande