
ପୁରୀ, ୨୦ ଡିସେମ୍ବର (ହି.ସ.)- ପୁରୀ ଜିଲ୍ଲା କଣାସ ବ୍ଲକର ୧୭ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଏଫ୍ଏଲଏନ ଶିକ୍ଷକ ମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୁଳମଣି କ୍ଲଷ୍ଟର ପକ୍ଷରୁ ହରିପୁର ପ୍ରାଥମିକ ବିଦ୍ୟାଳୟ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ସତ୍ୟପୀର ବେହେରା ସଭାପତିତ୍ଵ କରିଥିବା ବେଳେ ସିଆରସିସି ବିଜୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ବୈଠକରେ ସ୍ବାଗତ ଓ କାର୍ଯ୍ୟସୂଚୀର ସୂଚନା ପ୍ରଦାନ,ପୂର୍ବ ବୈଠକ ବିଷୟବସ୍ତୁ ଆଲୋଚନା, ଡିସେମ୍ବର ମାସର କ୍ୟାଲେଣ୍ଡର, ଶ୍ରେଣୀ ପରିଚାଳନା ଭାଷା ଓ ସଂଖ୍ୟାଜ୍ଞାନ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ସି.ଆର.ସି.ସିଙ୍କ ବିଦ୍ୟାଳୟ ବିଦ୍ୟାଳୟ ପରିଦର୍ଶନ ସୈଖିକ ସହାୟତା, ନିପୁଣ ବିଦ୍ୟାଳୟ ତଥା ଶୈକ୍ଷିକ ଆଲୋଚନା, ଛାତ୍ର ଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ବିଭିନ୍ନ କ୍ଲଷ୍ଟରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବେହେରା, ସହ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ବେହେରା ଓ ପ୍ରଫୁଲ୍ଲ ବେହେରା ପହଞ୍ଚି କାର୍ଯ୍ୟକ୍ରମ ବିଷୟରେ ଅନୁଧ୍ୟାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ