
ପୁରୀ, ୨୦ ଡିସେମ୍ବର (ହି.ସ.) - ପୁରୀ ଅଦାଲତ କୋଠା ୧୬୨ ବର୍ଷ ତଳର ଐତିହ୍ୟ ପାଲଟିଛି। ଏଠାରେ ମଧୁ ବାବୁ,ଗୋପବନ୍ଧୁ, ସୁଭାଷ ବୋଷଙ୍କ ବାପା, ବିଜୁ ପଟ୍ଟନାୟକଙ୍କ ବାପାଙ୍କ ଭଳି ଯୋଗଜନ୍ମା ଓକିଲାତି କରୁଥିଲେ। ପୁରୀ ସହରର ଏକ ପ୍ରମୁଖ ସ୍ଥଳରେ ଥାଇ ଗୋଟିଏ ସ୍ଥାନରେ କଚେରି ଓ ଅଦାଲତର କାର୍ଯ୍ୟ ଲୋକେ ସହଜରେ ପାଉଛନ୍ତି। କଲେକ୍ଟର ଅଫିସ ଠାରୁ ଅଦାଲତକୁ ଅଲଗା କରିବା ଓ କୋର୍ଟକୁ ଅନ୍ୟ ଯାଗାକୁ ନେବା ପାଇଁ ପ୍ରସ୍ତାବକୁ ସରକାର୍ ଆଇନ ବିଭାଗକୁ ବାଲୁ ଖଣ୍ଡ ଅଭୟାରଣ୍ୟ ର ମଧୁରଜଳ ଅଂଚଳ ଓ ସିଆରଜେଡ ଅଂଚଳ ରେ ଜମି ଦେଲେ ଯାହାକି ସମସ୍ତ କଟକଣା ଅଛି । ସାଧାରଣ ଲୋକଙ୍କ ପାଇଁ ପ୍ଲାନ୍ ମିଳୁନି ପିକେଡିଏ ମଧ୍ୟ ପ୍ଲାନ୍ ଦେଉନି। ସେଠାରେହଜାର ହଜାର ଗଛ ଅଛି । ପୁରୀର ସ୍ଥାନୀୟ ଅଧିବାସୀ, ପଯ୍ୟଁଟକ, ଯାତ୍ରୀମାନଙ୍କ ପାଇଁ ଏକ ମାତ୍ର ଜଳ ଉତ୍ସ୍। ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତବ୍ୟ। ସେଥିପାଇଁ ସୁପ୍ରିମ କୋର୍ଟ, ଉଚ୍ଚ ନ୍ୟାୟାଳୟ ଙ୍କ ଭିନ୍ନ ଭିନ୍ନ ନଜିର ରହିଛି। ଦେଶରେ ଦୁଇ ପ୍ରକାର ଆଇନି ଚାଲିବ କି। ଏହା ମଧୁର ଜଳ ଅଂଚଳକୁ ଶେଷ କରିବା ପାଇଁ ଚକ୍ରାନ୍ତ ନୁହେଁ ତ? ସରକାର କିଭଳି କୋର୍ଟ କମ୍ପେ୍ଲକ୍ସ ପାଇଁ ସେଇ ଜମୀ ଟେକି ଦେଲେ ଆଇନି ବିଭାଗକୁ। ଆଇନି ବିଭାଗ କିପରି ସେଠାରେ କୋର୍ଟ କମ୍ପେ୍ଲକ୍ସ କରିବ ସେଇ ପ୍ରଶ୍ନ ନେଇ ଓକିଲ ସଂଘ ଆଜକୁ ୨୮୫ ଦିନ ଧରି ସତ୍ୟା ଗ୍ରହ ଚଳାଇରଖିଛି। ବାଲୁଖଣ୍ଡ ଅଭୟାରଣ୍ୟ ସ୍ଥଳରେ ଯେଉଁଠି କଟକଣା ଥିବା ଜମି କୋର୍ଟ ପାଇଁ ନେଇଛନ୍ତି ସେଇ ଜମି ହସ୍ତାନ୍ତର କୁ ବାତିଲ କରିବା ପାଇଁ ଦାବୀ କରିଛନ୍ତି। ପୂର୍ବରୁ ଓକିଲ ସଂଘ ଉଚ୍ଚ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ କଟକଣା ଥିବା ଜମିରେ କୋର୍ଟ କମ୍ପେ୍ଲକ୍ସ ନକରି ବର୍ତମାନ ସ୍ଥାନରେ ଥିବା କୋର୍ଟ ସହ ତହସିଲ ,ଡିଆରଡିଏ, ଉପଜିଲ୍ଲାପାଳ ଅଫିସ ଜମିକୁ ମିଶାଇ କୋର୍ଟ କମ୍ପେ୍ଲକ୍ସ କରିବାକୁ ଅନୁରୋଧ କରାଯାଇଛି। ଯେପରି ଭୁବନେଶ୍ୱର ଓ ଗଞ୍ଜାମ ରେ ହୋଇଛି। ପୁରୀ ରେ କାହିଁକି ନ ହେବ। ବର୍ତମାନ କୋର୍ଟ ଚାଲିଥିବା କୋଠା କେଉଁ କାମରେ ଲାଗିବ ତାହା ସ୍ପଷ୍ଟ ହେବା ଦରକାର। ଯଦିଓ ଆଇନି ଅଛି ଏହି ସ୍ଥାନ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହୋଇ ପାରିବ ନାହିଁ। କିନ୍ତୁ ମାସ ମାସ ବିତିଗଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ସେ ଅଂଚଳ କଟକଣା ଥିବାରୁ ଓ ବର୍ତମାନ କୋର୍ଟ ପ୍ରମୂଖ ସ୍ଥାନରେ ଥିବାରୁ ଲୋକଙ୍କ ହିତ ଦୃଷ୍ଟିରୁ ବର୍ତମାନ ସ୍ଥାନରେ କୋର୍ଟ କମ୍ପେ୍ଲକ୍ସ ତିଆରି କରାଯାଉ ବୋଲି ସଂଘ ସରକାର୍ ଓ ବିଚାର ବିଭାଗକୁ ନିବେଦନ କରିଛନ୍ତି। ନଅ ମାସ ବିତିଯାଇଥିଲେ ମଧ୍ୟ କୌଣସି ସମାଧାନ ହେଇ ନଥିବାରୁ ସଂଘ ଉଦବେଗ ପ୍ରକାଶ କରିଛି। ପ୍ଲାନ ନ ମିଳିଲେ ସଧାରଣ ଲୋକ ଘର କରି ପାରୁନି। ବିଚାର ବିଭାଗ କିପରି ମଧୁର ଜଳ ଅଂଚଳ ରେ ଅଭୟାରଣ୍ୟ ଅଂଚଳ ରେ କୋର୍ଟ ହେବ।ଆଲିଆନେଶନ କେସ ରେ ତହସିଲ ଦାର, ସବ କଲେକ୍ଟର, ଜିଲ୍ଲା ପାଳ, ଆରଡିସି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ପ୍ରସ୍ତାବିତ ସ୍ଥାନ ମଧୂରଜଳ, ଇକୋ ସେନ୍ସିଟିଭ, ସିଆରଯେଡ ଅନ୍ତର୍ଭୁକ୍ତ ଅଟେ। କିପରି କୋର୍ଟ ସେଠାରେ ହେବ ସେଇ ପ୍ରଶ୍ନ ଓକିଲ ସଂଘ କରିଛି। ଆଜି ଶତାଧିକ ଓକିଲ ପୁରୀ ଅଠରନଳା ରାସ୍ତା ରେ ଦିବା ୧୧ ଘଟିକା ରୁ ୨ ଘଟିକା ପର୍ଯ୍ୟନ୍ତ ପ୍ଲାକାର୍ଡ, ବାନର ଚୌକି ପକାଇ ରାସ୍ତାରୋକ କରି ଜନସାଧାରଣ ଏହି ପ୍ରସଙ୍ଗ ପାଇଁ ଏକ ହୋଇ ସ୍ୱର ଉଠାଇବାକୁ ନିବେଦନ କରିଥଲେ। ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ବିଭୁଡ଼ାତ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଅନିଲ ସାହୁ, ସମିର ଘୋଷ, ଭାଗବତ ପଟ୍ଟନାୟକ, କର୍ଣ୍ଣ ବୀର ମହାପାତ୍ର, ତାପସ ବଳିଆର୍ଶିଂ, ମନୋରଞ୍ଜନ ସାହୁ,ଜ୍ୟୋତି ପ୍ରକାଶ ପାଇକରାୟ, ରାଜେଶ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। ଯଦି ସରକାର ଦାବୀ ମାନି ନ ନିଅନ୍ତି ଆନ୍ଦୋଳନ ଜୋରଦାର କରାଯିବ ବୋଲି କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ବିଜୟ