ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣା କେବେ
ପୁରୀ, ୨୦ ଡିସେମ୍ବର (ହି.ସ.)- ଓଡିଶାର ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର । କଳା, ସଂସ୍କୃତି, ଐତିହ୍ଯ,ପରମ୍ପରା, ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ପୁରୀ ପ୍ରସିଦ୍ଧ । ୪ ଜୁଲାଇ ୨୦୨୫ରେ ଓଡିଶାର ଲୋକପ୍ରିୟ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌରସଂସ୍ଥାକୁ ମହାନଗର ନିଗ
ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣା କେବେ


ପୁରୀ, ୨୦ ଡିସେମ୍ବର (ହି.ସ.)- ଓଡିଶାର ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର । କଳା, ସଂସ୍କୃତି, ଐତିହ୍ଯ,ପରମ୍ପରା, ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ପୁରୀ ପ୍ରସିଦ୍ଧ । ୪ ଜୁଲାଇ ୨୦୨୫ରେ ଓଡିଶାର ଲୋକପ୍ରିୟ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌରସଂସ୍ଥାକୁ ମହାନଗର ନିଗମ କରିବା ପାଇଁ ଘୋଷଣା କରିଥିଲେ । ମହାନଗର ନିଗମ ପାଇଁ ଲୋକସଂଖ୍ଯା ବଢାଇବା ଉଦ୍ଦେଶ୍ୟରେ କେତେକ ପଞ୍ଚାୟତ ଓ ଗ୍ରାମକୁ ସାମିଲ କରାଯାଇ ଡ୍ରାଫ୍ଟ ଚିଠା ପୌରସଂସ୍ଥା ଜରିଆରେ ସରକାରଙ୍କୁ ପଠାଯାଇଛି । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିବା ତିନିରଥ ସମ୍ମୁଖରେ ଦଳାଚକଟାରେ ୩ ମୃତ ପରେ ମହାନଗର ଘୋଷଣା ଜନତାଙ୍କୁ ଆଶ୍ବସ୍ତି ଦେଇଥିଲା । ସହରବାସୀ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲାଣି ହେଲେ ମହାନଗରର ମ ଅକ୍ଷର ଆରମ୍ଭ ହୋଇନି । ୨୦୩୬ ମସିହା ସୁଦ୍ଧା ପୁରୀକୁ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ବିଶ୍ବସ୍ତରରେ ପରିଚିତ କରିବା ପାଇଁ ମହାନଗର ନିଗମ ଫଳପ୍ରଦ ହେବ । ୧୮୮୧ ମସିହା ଠାରୁ ପୁରୀ ପୌରସଂସ୍ଥା କାର୍ଯ୍ୟକରି ଆସୁଛି । ୧୪୪ ବର୍ଷ ଧରି ପୌରସଂସ୍ଥା ଭାବେ ରହିଥିବା ବେଳେ କେବେ ମହାନଗର ବିଧିବଦ୍ଧ ଘୋଷଣା ଓ କାର୍ଯ୍ୟକ୍ଷମ ହେବ ତାହାକୁ ଜନତା ଚାହିଁ ରହିଛନ୍ତି । ଐତିହ୍ଯ ଓ ଧାର୍ମିକ ଦୃଷ୍ଟି କୋଣରୁ ମହାନଗର ଆବଶ୍ୟକତା ରହିଛି । କିଛି ଦିନ ଏ ସମ୍ପର୍କରେ ତନାଘନା ଚାଲିବା ପରେ ଏବେ ଶୀତଳ ଧରିଥିବା ଚର୍ଚ୍ଚା ହେଉଛି । ତୁରନ୍ତ ନୂଆବର୍ଷ ପୂର୍ବରୁ ପୁରୀ ମହାନଗର ନିଗମ ( ପିଏମସି ) କିମ୍ବା ଜଗନ୍ନାଥଧାମ ମହାନଗର ନିଗମ( ଜେଡିଏମସି) ଘୋଷଣା କରି ଫଳକ ପୋତିବା ପାଇଁ ସାଧାରଣରେ ଆଲୋଚିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande