
ଧର୍ମଶାଳା,୨୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳର ବରିଷ୍ଠ ମୁରବୀ ତଥା ସାମାଜିକ କର୍ମୀ ପରମାନନ୍ଦ ସାହୁଙ୍କ ପ୍ରତିମୂର୍ତୀ ଅନାରରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମବରଦା ସାପ୍ତାହିକ ହାଟ ସନ୍ନିକଟଠାରେ ସମାଜସେବୀ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଓ ବରିଷ୍ଠ ମୁରବୀ ବିପିିନ ବିହାରୀ ଦେଓ ଯୋଗ ଦେଇ ପରମାନନ୍ଦଙ୍କ ପ୍ରତିମୂର୍ତୀକୁ ଅନାବରଣ କରିବା ସହିତ ପୂତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରମାନନ୍ଦ ସାହୁ ବ୍ରହ୍ମବରଦା ଅଂଚଳରେ ଜଣେ ବରିଷ୍ଠ ମୁରବୀ ଭାବେ ବେଶ୍ ଜଣାଶୁଣା । ସେ ସ୍ଥାନୀୟ ଅଂଚଳର ସରକାରୀ ଓ ବେସରକାରୀ ବିଦ୍ୟାଳୟ,ବ୍ରହ୍ମବରଦା ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ପ୍ରତିମୂର୍ତୀ ସ୍ଥାପନକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଅଧ୍ୟାପକ ଶିବ ପ୍ରସାଦ ସାହୁ,ଶିକ୍ଷାବିତ୍ ହେମନ୍ତ କୁମାର ସାହୁ,ଭରତ ଚନ୍ଦ୍ର ସାହୁ,ସଂଜୟ କୁମାର ଖୁଂଟିଆ,ଆଶିଷ ସାହୁ,କୈଳାସ ସାହୁ,ନବଘନ ବେହେରା,ଅମରେନ୍ଦ୍ର ସାହୁ,ଜିତେନ୍ଦ୍ର ସାହୁ,ଧର୍ମେନ୍ଦ୍ର ସାହୁ, ଦୀପାଳି ସାହୁ,ଅର୍ପିତା ସାହୁ,ପ୍ରୀୟଦର୍ଶନୀ ସାହୁ,ଅନନ୍ୟା ସାହୁ ଓ ଅନଙ୍ଗରାଗ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ