
ଧର୍ମଶାଳା, ୨୦ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବାଲୁଙ୍କେଶ୍ୱର କ୍ଲଷ୍ଟର ଅଧିନରେ ଥିବା ମଙ୍ଗରାଜପୁର ପଂଚାୟତ ଲଙ୍କାବାଲିସାହିସ୍ଥ ବାଲୁଙ୍କେଶ୍ୱର ନୋଡାଲ ଓ ଜବହାରଲାଲ ନେହେରୁ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଯାପିତ ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜବହରଲାଲ ନେହେରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ, ମୁଖ୍ୟବକ୍ତା ଭାବେ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ବ୍ରହ୍ମବରଦା ଥାନା ଏସ୍ ଆଇ ସୁଶାନ୍ତ କୁମାର ସେଠୀ, ମଙ୍ଗରାପୁର ପଂଚାୟତ ସରପଂଚ ଜୟନ୍ତୀ ସାହୁ, ସମିତିସଭ୍ୟା ଦୁଲଣା ମଲ୍ଲିକ, ଶିକ୍ଷାବିତ୍ ହେମନ୍ତ କୁମାର ସାହୁ, ପ୍ରତିଷ୍ଠାତା ରାମଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିଭା ଜେନା, ଶିକ୍ଷକ ନରେନ୍ଦ୍ର ମହାଳିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜନ କୁମାର ସାହୁ, ମୋ ସ୍କୁଲ ସଭାପତି ହିମାଶୁଂ ନାୟକ ଓ ପିତାମ୍ବର ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ବନ୍ଧୁତ୍ୱକୁ ନଷ୍ଟ କରେ । ସଫଳତା ପାଇବାକୁ ହେଲେ ଏକାଗ୍ରତା ଉପରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଗଳ୍ପ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡା ପ୍ରେମୀ ଶିକ୍ଷକ ଅନନ୍ତ କିଶୋର ପରିଡା ଅତିଥି ପରିଚୟ ଓ ମଂଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ଶେଷଦେବ ବାରିକ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ସଫଳତା ହାସଲ କରିଥିବା ପ୍ରତିଭାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଗୋପାଳ ଚନ୍ଦ୍ର ମିଶ୍ର, ପିତାମ୍ବର ପଣ୍ଡା, ଜ୍ୟୋତ୍ସ୍ନାରାଶୀ ଶତପଥୀ, ସସ୍ମିତା ସାମଲ, ଅଶ୍ୱୀନି ପତି ଓ ଦୁଃଖୀଶ୍ୟାମ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀବତ୍ସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସତ୍ୟ ଆର୍ଟର ମୁଖ୍ୟ ସତ୍ୟବ୍ରତ ସାହୁ ଓ ନିରଞ୍ଜନ ନାୟକ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ