କେ-ଫର୍ମ ପାଇଥିବା ଅନୁସୂଚିତ ଜନଜାତିଙ୍କୁ ମିଳିବ ଜଙ୍ଗଲ ଜମି
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତୀ ଅଂଚଳରେ ରହୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କୁ ଜଙ୍ଗଲ ଜମି ପ୍ରଦାନ ନିମନ୍ତେ ଏକ ସମୀକ୍ଷା ବୈଠକ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତା ରେ ଆୟୋଜିତ
---------------ତ୍ତକେ-ଫର୍ମ ପାଇଥିବା ଅନୁସୂଚିତ ଜନଜାତିଙ୍କୁ ମିଳିବ ଜଙ୍ଗଲ ଜମି


କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତୀ ଅଂଚଳରେ ରହୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କୁ ଜଙ୍ଗଲ ଜମି ପ୍ରଦାନ ନିମନ୍ତେ ଏକ ସମୀକ୍ଷା ବୈଠକ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଖରନାସୀ ଗ୍ରାମର ଅନୁସୂଚିତ ଜନଜାତି ବର୍ଗର ଯେଉଁ ବ୍ୟକ୍ତିମାନେ କେ-ଫର୍ମ ପାଇଥିବେ, ସେମାନଙ୍କୁ ଜଙ୍ଗଲ ଜମି ପ୍ରଦାନ ନିମନ୍ତେ ଆଲୋଚନା କାଯାଇ ଥିଲା । ଏଥିରେ ମହାକାଳପଡା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ରାମଚଣ୍ଡୀ ସର୍କଲ ର ରାଜସ୍ୱ ସୁପର ଭାଇଜର, ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ମଙ୍ଗଳ ବିଭାଗର ବୃତି ସଂଯୋଜକ ବଳରାମ ପାଢି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande