
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.) ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାମାନୁଜନଙ୍କ ଜନ୍ମଦିବସ ସାରା ଦେଶରେ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଉଛି।
ନବୀନ ପଟ୍ଟନାୟକ ଏକ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କୁ ଏକ ଅସାଧାରଣ ଗଣିତୀୟ ପ୍ରତିଭା ଭାବେ ଉଲ୍ଲେଖ କରି କହିଛନ୍ତି ଯେ, ଗଣିତ କ୍ଷେତ୍ରରେ ତାଙ୍କର ଅଦ୍ୱିତୀୟ ଅବଦାନ ସାରା ବିଶ୍ୱର ଗବେଷକ, ବିଦ୍ୱାନ ଓ ଯୁବପିଢ଼ିକୁ ସଦା ପ୍ରେରିତ କରୁଥିବ । ସେ କହିଛନ୍ତି ଯେ, ରାମାନୁଜନଙ୍କ ସାଧନା ଆଗାମୀ ପିଢ଼ି ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ