
ଭୁବନେଶ୍ୱର, 22 ଡିସେମ୍ବର (ହି.ସ) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ତାଙ୍କ ଜଣାଇଛନ୍ତି ।
ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ସାହିତ୍ୟିକ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ରଚନାରେ ଗ୍ରାମୀଣ ଜୀବନ ତଥା ପଲ୍ଲୀ ପ୍ରକୃତି ବେଶ୍ ସୁନ୍ଦର ଭାବେ ଝଲସି ଉଠେ। ଶିଶୁ ସାହିତ୍ୟକୁ ପ୍ରଭାବଶାଳୀ କରିବା ସହ ଲୋକାଦୃତ କରିବାରେ ତାଙ୍କ ଭୂମିକା ସର୍ବଦା ପ୍ରେରଣାର ଉତ୍ସ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ