ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ୨୦୨୫ ଆମ୍ବେଦକର ଷ୍ଟାଡିୟମ ଖଲିଆପାଲିରେ ଡିସେମ୍ବର ୨୭ ଓ ୨୮ ରେ
ବଲାଙ୍ଗିର, ୨୧ ଡିସେମ୍ବର (ହି.ସ.)- ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନିତ କରି ଆଗକୁ ବଢାଇବା ପାଇଁ ପ୍ରତିବର୍ଷ ପରି ଏ ବର୍ଷ ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ୨୦୨୫ ଆମ୍ବେଦକର ଷ୍ଟାଡିୟମ, ଖଲିଆପାଲି, ଭାଲେର ରୋଡ, ବଲାଙ୍ଗୀର ଠାରେ ଡ଼ିସେମ୍ବର ୨୭ ଓ ୨୮ ଦୁଇଦିନ ଧରି ଚାଲିବ | ଏଥିର
ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା 2025 ଆମ୍ବେଦକର ଷ୍ଟାଡିୟମ, ଖଲିଆପାଲି ରେ ଡିସେମ୍ବର 27 ଓ 28 ରେ ହେବ


ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା 2025 ଆମ୍ବେଦକର ଷ୍ଟାଡିୟମ, ଖଲିଆପାଲି ରେ ଡିସେମ୍ବର 27 ଓ 28 ରେ ହେବ


ବଲାଙ୍ଗିର, ୨୧ ଡିସେମ୍ବର (ହି.ସ.)-

ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନିତ କରି ଆଗକୁ ବଢାଇବା ପାଇଁ ପ୍ରତିବର୍ଷ ପରି ଏ ବର୍ଷ ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ୨୦୨୫ ଆମ୍ବେଦକର ଷ୍ଟାଡିୟମ, ଖଲିଆପାଲି, ଭାଲେର ରୋଡ, ବଲାଙ୍ଗୀର ଠାରେ ଡ଼ିସେମ୍ବର ୨୭ ଓ ୨୮ ଦୁଇଦିନ ଧରି ଚାଲିବ | ଏଥିରେ ୧୯ଟି ଜିଲ୍ଲାରୁ ପ୍ରାୟ ୩୫୦ରୁ ଉର୍ଧ୍ୱ ପ୍ରତିଯୋଗୀ ପୁଅ ଓ ଝିଅ ଭାଗ ନେବେ | ଏଠାରେ ତୀରନ୍ଦାଜ ଓ କବାଡି ( ଜୁନିଅର ସବ-ଜୁନିଅର ପୁଅ ଓ ଝିଅ ) ଓ ଖୋ-ଖୋ ( ଜୁନିଅର ସବ-ଜୁନିଅର ପୁଅ ଓ ଝିଅ ) ଏହି କ୍ରୀଡ଼ା ପ୍ରତିଯୋଗିତା ୨୭ ତାରିଖ ପୂର୍ବାହ୍ନ ୧୧ଟା ରେ ଉତଘାଟିତ ହେବ ଏବଂ ୨୮ ତାରିଖ ଅପରାହ୍ନ ୨ଟା ୩୦ ରେ ସମାପନ ହେବ | ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଯୋଗିତାରୁ ବହୁ ପ୍ରତିଭା ଚୟନିତ ହୋଇ ସାଇ କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି |

ଓଡିଶାରେ ବନବାସୀ କଲ୍ୟାଣ ଆଶ୍ରମ ମୁଖ୍ୟତଃ ବନବାସୀ ଅଂଚଳରେ ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟରତ | ବନବାସୀ କଲ୍ୟାଣ ଆଶ୍ରମ ସର୍ବପ୍ରଥମେ ୧୯୫୨ ମସିହା ଡିସେମ୍ବର ୨୬ ତାରିଖ ଯଶପୁର, ଛଟିଶଗଡ଼ରେ ସ୍ଥାପିତ ହୋଇ ବର୍ତମାନ ସମଗ୍ର ଭାରତ ବର୍ଷରେ ଜନଜାତି ସମାଜର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟ ଦିଗରେ କାର୍ଯ୍ୟକରି ଆସୁଛି |

ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଥିବା ଉକ୍ତ ବନବାସୀ କ୍ରୀଡ଼ା ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ଡିସେମ୍ବର ୨୬ ତାରିଖ ସକାଳେ ପହଞ୍ଚିବେ | ଅପରାହ୍ନ ୩ଟା ୩୦ ରେ ଅଗ୍ରସେନ ଭବନରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରିବ l ଏହି ଶୋଭାଯାତ୍ରା ହସ୍ପିଟାଲ ଛକ, ପାଟଣେଶ୍ଵରୀ ମନ୍ଦିର, ସମଲେଶ୍ଵରୀ ମନ୍ଦିର, ପୁରୁଣା ବସଷ୍ଟାଣ୍ଡ, ଭାଗିରଥୀ ଛକ ଦେଇ ଶିଶୁ ମନ୍ଦିର କଦମ୍ବ ପଡାରେ ସମାପ୍ତ ହେବ l ଡ଼ିସେମ୍ବର ୨୭ ତାରିଖ ସକାଳ ୯ଟା ରେ ପ୍ରତିଯୋଗିତା ଆରମ୍ଭ ହେବ | ପୂର୍ବାହ୍ନ ୧୧ଟା ୩୦ରେ ଉଦଘାଟନୀ ସଭାର ଆୟୋଜନରେ ମୁଖ୍ୟ ଅତିଥି ଓଡିଶା ସରକାରର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ମୁଖ୍ୟ ବକ୍ତା ବନବାସୀ କଲ୍ୟାଣ ଆଶ୍ରମ ଓଡିଶାର କାର୍ଯ୍ୟକାରୀ ସଭାପତି ଡଃ. ପୁରୁଷୋତ୍ତମ ଅଗ୍ରୱାଲ ଉପସ୍ଥିତ ରହିବ | ଅପରାହ୍ନରେ କ୍ରୀଡ଼ା ପ୍ରତିଯୋଗିତା ଏବଂ ସନ୍ଧ୍ୟା ୭ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ |

ଡ଼ିସେମ୍ବର ୨୮ ତାରିଖ ସକାଳ ୯ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଓ ଅପରାହ୍ନ ୨ଟା ୩୦ ରେ ପୁରସ୍କାର ବିତରଣ ଏବଂ ସମାପନ ସମାରୋହର ଆୟୋଜନରେ ମୁଖ୍ୟ ଅତିଥି ଓଡିଶା ସରକାରର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟ ବକ୍ତା ଭାବରେ ଅଖିଳ ଭାରତୀୟ ସହ ଖେଳକୁଦ ପ୍ରମୁଖ ପଙ୍କଜ ସିଂହ ତଥା ବିଶିଷ୍ଟ ଅତିଥି ଗୌରୀ ଶଙ୍କର ମାଝୀ ( ବିଧାୟକ ନବରଙ୍ଗପୁର ) ଏବଂ ରୂପ ଭତ୍ରା ( ବିଧାୟକ କୋଟପାଡ଼ ) ଉପସ୍ଥିତ ରହିବେ |

ଆଡ଼ଭୋକେଟ ମହେନ୍ଦ୍ର ଅଗ୍ରୱାଲଙ୍କ ସଂଯୋଜନାରେ ଏହି ଜନଜାତି ପ୍ରାନ୍ତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବନବାସୀ କଲ୍ଯାଣ ଆଶ୍ରମ ତରଫରୁ ଡକ୍ଟର ପୁରୁଷୋତ୍ତମ ଅଗ୍ରୱାଲ, ସଂଗଠନ ସମ୍ପାଦକ କୃଷ୍ନ ଚନ୍ଦ୍ର ଭାଟି ଓ ସଂଯୋଜକ ରବି ଅଗ୍ରୱାଲ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande