
କେନ୍ଦୁଝର, ୨୧ ଡିସେମ୍ବର (ହି.ସ.) - ଘସିପୁରା ନିର୍ବାଚନ ମଣ୍ଡଳୀ ସାଂସଦ ଖେଳ ମହୋତ୍ସବ ଢେଂକିକୋଟ ସତ୍ୟନାରାୟଣ ବିଦ୍ୟାପୀଠର ଖେଳ ପଡିଆରେ ଅନୁଷ୍ଠିତ ହୋଇଅଛି । ଏଥିରେ ବିଭିନ୍ନ ବିଭାଗର ଖେଳ ଅନୁଷ୍ଠିତ ହେଇଥିଲା । କବାଡି, ଫୁଟ ବଲ, କ୍ରିକେଟ, ଲମ୍ବଡିଆଁ, ଉଚ୍ଚଡିଆଁ ଆଦି ବିଭିନ୍ନ ଖେଳକୁଦ ରେ ଅଂଶ ଗ୍ରହଣ କରିଥିବା ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟ ଅତିଥି ସାଂସଦ ଅନନ୍ତ ନାୟକ। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ଉପସ୍ଥିତ ଅତିଥି, ଘଟଗାଁ ବିଡ଼ିଓ ଖଗେଶ୍ୱର ବରାଳ,ଘଟଗାଁ ଥାନାର, ଅଧିକାରୀ ସୁଭ୍ରାନ୍ତ କୁମାର ଜେନା, ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂହ, ସାଂସଦ ଖେଳ ର କେନ୍ଦୁଝର ଜିଲ୍ଲା ସଂଯୋଜକ ଦିଲୀପ ପଣ୍ଡା, ଘଟଗାଁ ବ୍ଲକ ସାଂସଦ ପ୍ରତିନିଧି,ଅଖିଳ କୁମାର ପାତ୍ର, ଘସିପୁରା ବ୍ଲକ ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର, ରାମଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ ଉପସ୍ଥିତ ଥିବା ଖେଳ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ ସମସ୍ତ ଙ୍କ ସହଯୋଗ କୁ ଭୁରି ଭୁରି ପ୍ରଂଶସା ସହ ଶୁଭେଚ୍ଛା ଜଣାଇ ଥିଲେ। ଏଠାରୁ ଭଲ ପ୍ରଦର୍ଶନ କରି ଥିବା ଖେଳାଳି ଜିଲ୍ଲା ସ୍ତରକୁ ଯାଇ ଖେଳିବେବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA