
କେନ୍ଦୁଝର, ୨୧ ଡିସେମ୍ବର (ହି.ସ.) - ହର୍ଷ ଉଲ୍ଲାସ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଏନ୍.ଏସ୍.ପୋଲିସ୍ ହାଇସ୍କୁଲ ଠାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଓଷ୍ଟା କେନ୍ଦୁଝରର ସଭାପତି ମନ୍ମଥନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଭଲ ମଣିଷ ହେବା ପାଇଁ ଉଦବୋଧନ ଦେବା ସହିତ ଓଷ୍ଟାର ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ ନିଜ ବକ୍ତବ୍ୟରେ ଓଷ୍ଟାର କାର୍ଯ୍ୟଧାରା ଓ ଟେଷ୍ଟ ପେପର୍ସ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ଜିଲ୍ଲାର ଗରିମା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦୁଝର ସ୍କୁଲ ଅଫ ଇଞ୍ଜିନିୟରିଂ ର ଅଧ୍ୟକ୍ଷ ବସନ୍ତ କୁମାର ଦାନୀ ଛାତ୍ର ଛାତ୍ରୀମାନଙ୍କ ବିକାଶରେ ଓଷ୍ଟାର ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ସଞ୍ଜୟ ବସନ୍ତ ଚକ୍ର, ପ୍ରାକ୍ତନ ସଭାପତି ଓଷ୍ଟା ଶରତ ଚନ୍ଦ୍ର ମିଶ୍ର,କହ୍ନେଇଁ ଚରଣ ମହାନ୍ତି, ଶାନ୍ତନୁ କୁମାର ମିଶ୍ର,ରଘୁନାଥ ବେହେରା, ପ୍ରାକ୍ତନ ସମ୍ପାଦକ ଚିନ୍ତାମଣି ଜେନା, କ୍ଷୀରୋଦ କୁମାର ରାଉତ,ପ୍ରଶାନ୍ତ କୁମାର ମିଶ୍ର,ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ, ଓଷ୍ଟା ସ୍ୱପ୍ନେଶ୍ୱର ସାହୁ, ମଦନ ମୋହନ ଦ୍ୱିବେଦୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅକ୍ଷୟ କୁମାର ହୋତା, ଉପଦେଷ୍ଟା ଓଷ୍ଟା ନଳିନୀକାନ୍ତ ଘଣା ଓଷ୍ଟା ଶିଶୁ ଉତ୍ସବର ସ୍ମୃତି ଚରଣ କରିବା ସହ ସଫଳତା କାମନା କରିଥିଲେ।ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡ଼େଇ ଆଗାମୀ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ଡିସେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ନୟାସଡ଼କ, କଟକ ଠାରେ ଅବସ୍ଥିତ ରାଜ୍ୟ କାର୍ଯ୍ୟାଳୟ, ଓଷ୍ଟାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଚ୍ଚିଦାନନ୍ଦ ମହାକୁଡ଼ ମଂଚ ସଂଚାଳନ ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୧୦ଟି ବିଭାଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଅତିଥିଗଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ତଥା ଏନ୍.ଏସ୍. ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ ତାଙ୍କ ବିଦ୍ୟାଳୟରେ ଶିଶୁ ଉତ୍ସବ କରିବା ପାଇଁ ସୁଯୋଗ ଦେଇ ଥିବାରୁ ଓଷ୍ଟା କର୍ମକର୍ତା ଏବଂ ମଂଚାସୀନ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏନ୍.ଏସ୍.ପୋଲିସ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଓଷ୍ଟା କେନ୍ଦୁଝରର କର୍ମକର୍ତାଗଣ ଓ ପୁରାତନ ନେତୃ ମଣ୍ଡଳୀ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA