ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଭବ
ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ଜିଲ୍ଲାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକଙ୍କ ପାଂଚଦିବସୀୟ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଭବ ସ୍ଥାନୀୟ ଧନକଉଡା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହେଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଭବ


ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ଜିଲ୍ଲାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକଙ୍କ ପାଂଚଦିବସୀୟ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ଭବ ସ୍ଥାନୀୟ ଧନକଉଡା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହେଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ଉନ୍ନତିରେ ପ୍ରଧାନ ଶିକ୍ଷକଙ୍କ ମୁଖ୍ୟ ଭୂମିକା ଥିବାରୁ ସଫଳ ନେତୃତ୍ୱର ବିକାଶରେ ପ୍ରଶିକ୍ଷଣ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସାଧନ ପ୍ରଶିକ୍ଷକ ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ, ମାନେଶ୍ୱର ବ୍ଳକର ଗୋଷ୍ଠୀ ଅଧିକାରୀ ଲୋକିତା ଦାଶ, ଧନ କଉଡା ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ କରଣ ଶର୍ମା,ରେଢାଖୋଲ ହାଇସ୍କୁଲର ପ୍ରଧାନଶିକ୍ଷକ ବେଣୁଧର ବରିହା,ବଳାରଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାନେଶ୍ୱର, ରେଙ୍ଗାଲି ଓ ଧନକଉଡା ବ୍ଳକର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏଥିରେ ଅନ୍ତର୍ନିବେଶୀ ଶିକ୍ଷା, ବିଦ୍ୟାଳୟରେ ସୁରକ୍ଷିତ ବାତାବରଣ, ଡିଜିଟାଲ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା,ଶିକ୍ଷଣ କୌଶଳ ତଥା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ଶିକ୍ଷାଦାନ କରାଯାଇଥିଲା।ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ପ୍ରଶିକ୍ଷାର୍ଥୀ ପ୍ରଧାନ ଶିକ୍ଷକମାନଙ୍କୁ ସାଟିର୍ଫିକେଟ ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥସାରଥୀ ପ୍ରଧାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷକ ବନବାସ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞୁ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande