ଜଳବାୟୁ ସଙ୍କଟ ନେଇ ଶିଶୁମାନଙ୍କ ପାଇଁ ଅପରାଜିତା କାର୍ଯ୍ୟକ୍ରମ
ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ଜଳବାୟୁ ପରିବର୍ତନ ଯୋଗୁ ତାପମାନ ବୃଦ୍ଧି, ଜଳାଭାବ, ବନ୍ୟା, ଘୂର୍ଣ୍ଣିବାତ୍ୟା ଓ ଜୀବିକାର ଅନିଶ୍ଚିତତାର ପ୍ରଭାବରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଏବଂ ଶିଶୁ ମାନଙ୍କ ସ୍ୱରକୁ ସୁଦୃଢ କରିବା ପାଇଁ ଷ୍ଟୋରୀ ଫର ଚେଞ୍ଜ ଓ ଏକ୍ସନ ଏଡ଼, କର
ଜଳବାୟୁ ସଙ୍କଟ ନେଇ ଶିଶୁମାନଙ୍କ ପାଇଁ ଅପରାଜିତା କାର୍ଯ୍ୟକ୍ରମ


ଜଳବାୟୁ ସଙ୍କଟ ନେଇ ଶିଶୁମାନଙ୍କ ପାଇଁ ଅପରାଜିତା କାର୍ଯ୍ୟକ୍ରମ


ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ଜଳବାୟୁ ପରିବର୍ତନ ଯୋଗୁ ତାପମାନ ବୃଦ୍ଧି, ଜଳାଭାବ, ବନ୍ୟା, ଘୂର୍ଣ୍ଣିବାତ୍ୟା ଓ ଜୀବିକାର ଅନିଶ୍ଚିତତାର ପ୍ରଭାବରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଏବଂ ଶିଶୁ ମାନଙ୍କ ସ୍ୱରକୁ ସୁଦୃଢ କରିବା ପାଇଁ ଷ୍ଟୋରୀ ଫର ଚେଞ୍ଜ ଓ ଏକ୍ସନ ଏଡ଼, କର୍ଣାଟକ ପ୍ରକଳ୍ପ ର ମିଳିତ ଆୟୋଜନରେ “ଅପରାଜିତା: ଶିଶୁମାନଙ୍କ ଜଳବାୟୁ କାର୍ଯ୍ୟ ପ୍ରତି ପ୍ରତିକ୍ରିୟା” ଶୀର୍ଷକ କାର୍ଯ୍ୟକ୍ରମ ସମ୍ବଲପୁରର ସଂସ୍କୃତିକ ସମାଜ ଭବନରେ ଅନୁଷ୍ଠିତ ହୋଇଥିଲା।

ଆଦିତ୍ୟ ଆଲୁମିନିୟମ ର ସିଏସଆର ମୁଖ୍ୟ ରବି ନିୱାସ, ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ, ଶାଲୁ ଚଣ୍ଡେଲ, ଶ୍ରୀମତୀ ସନ୍ତୋଷିନୀ, ଷ୍ଟୋରୀ ଫର ଚେଞ୍ଜ ର ସଂସ୍ଥାପକ ସଚିଦାନନ୍ଦ ମିଶ୍ର ଓ ଡ଼. ଗୌରୀଦାସ ପଧାନ ଉପସ୍ଥିତ ରହି ଶିଶୁମାନଙ୍କ ସ୍ୱରକୁ ଗୁରୁତ୍ୱ ଦେବା ଓ ଜଳବାୟୁ କାର୍ଯ୍ୟରେ ସେମାନଙ୍କ ନେତୃତ୍ୱକୁ ସ୍ୱୀକୃତି ଦେବାର ଆବଶ୍ୟକତା ଉପରେ ଯୋର ଦେଇଥିଲେ। ଏବିସିଡ଼ି ଟ୍ରଷ୍ଟ ଓ ଡ୍ରିମ ଇଣ୍ଡିଆ ପବ୍ଲିକ୍ ସ୍କୁଲର ସହଯୋଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁମାନଙ୍କ ଚିତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳ ଏବଂ ସହରାଂଚଳର ୧୨ ଟି ବିଦ୍ୟାଳୟରୁ ଦୁଇ ଶହ ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଏବଂ ଅଭିଭାବକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande