
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - ଅସହାୟ ଙ୍କ ପାଇଁ ସାହାରା ସାଜିଥିଲେ ତାହା ସହ ଦୁଃସାହାସିକ ବ୍ୟକ୍ତି ମଧ୍ୟ ଥିଲେ ବାରମ୍ବାର ରକ୍ତ ଦାନ କରି ଅନ୍ୟର ଜୀବନ ବଂଚାଇବା ଲକ୍ଷ୍ୟ ମଧ୍ୟ ରଖିଥିଲେ ସ୍ୱର୍ଗତ ମହେଶ କର। ଆଜି କେନ୍ଦ୍ରାପଡା ଜିଲ୍ଲା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ତଥା ମହେଶ କର ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ପ୍ରଦୀପ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ନିଆରା ଢଙ୍ଗରେ ମହେଶ କରଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକୀ ଗରଦପୁର ବ୍ଲକ କୋରୁଆରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ମହେଶଙ୍କୁ ମନେ ପକାଇ ଅତିଥି ମାନେ ମହେଶ ଙ୍କ କର୍ତବ୍ୟ, ନିଷ୍ଠାପର ଏବଂ ଦୁଃସାହାସିକ କାର୍ୟ୍ୟକୁ ମନେପକାଇ ବା ସହ ସେ କିଭଳି ବ୍ୟକ୍ତିଗତ ସ୍ୱାର୍ଥ କୁ ଦୂରେଇ ଅନ୍ୟର ଜୀବନ ବଂଚାଇବା ଲକ୍ଷ୍ୟ ରଖିଥିଲେ ପଲ୍ଲୀଶ୍ରୀ ସେବାଶ୍ରମର ଅନ୍ତେବାସୀ ଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିଶ୍ୱ ପ୍ରକାଶ କାନୁନୁଗୋ ଅନ୍ୟତମ ଅତିଥି ଭାବେ ଅର୍ବାନ ବ୍ୟାଙ୍କ ର ସଭାପତି ତଥା ସମାଜସେବୀ ଗୁରୁ ପ୍ରସାଦ ମହାନ୍ତି, ବରିଷ୍ଟ ସାମ୍ବାଦିକ ତଥା ସ୍ୱାଧିକାର ର ସମ୍ପାଦକ ଅକ୍ଷୟ କୁମାର ପତି,ସମାଜସେବୀ ଶ୍ରୀକାନ୍ତ ନାୟକ , ସମବାୟବିତ୍ ପ୍ରମୋଦ ମହାପାତ୍ର,ସାମ୍ବାଦିକ ମୁକ୍ତେଶ୍ୱର ସ୍ୱାଇଁ ,ରାକେଶ ମହାନ୍ତି ପ୍ରମୁଖ ଯୋଗଦେଇଥିବା ବେଳେ ପଣ୍ଡିତ ପ୍ରତାପ ପତି କାର୍ୟ୍ୟକ୍ରମକୁ ଆତିଥ୍ୟ ପ୍ରଦାନ କରି ଶୁଭାରମ୍ଭ କରିଥିବା ବେଳେ ମଞ୍ଜୁଳା ନାୟକ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ମହେଶ କରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହା ପରେ ଉପସ୍ଥିତ ଅନ୍ତେବାସୀ ଙ୍କୁ ମହେଶ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଭଳି ସାହସୀ ଏବଂ ପରୋପକାରୀ ମନୋଭାବ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସମସ୍ତ ଅନ୍ତେବାସୀ ଙ୍କୁ ସ୍ୱର୍ଗତ ମହେଶ କର ଙ୍କ ସୂପୁତ୍ର ତଥା ଦୈନିକ ଖବର କାଗଜ ସଂଚାର ର ସମ୍ପାଦକ ହିମାଂଶୁ ଭୁଷଣ କର ଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ଶ୍ରୀଯୁକ୍ତ କର ପ୍ରତ୍ୟେକ ବର୍ଷ ଏହିଦିନକୁ ଏହିଭଳି ପାଳନ କରିବାପାଇଁ ଆଭାସୀ ମାଧ୍ୟମରେ ଘୋଷଣା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି