ମଣ୍ଡିରେ ହରଡ ଓ ମାଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ମଣ୍ଡିରେ ହରଡ ଓ ମାଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଉପ ଜିଲ୍ଲାପାଳ ଅରୁଣ
ମଣ୍ଡିରେ ହରଡ ଓ ମାଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ମଣ୍ଡିରେ ହରଡ ଓ ମାଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ମାର୍ଶାଘାଇ ପ୍ୟାକ୍ସରେ ହରଡ ମଣ୍ଡି ଓ କେନ୍ଦ୍ରାପଡା ର ଜମଧର ଓ ଡେରାବିଶ ର ବାଲିଆ ଠାରେ ମାଣ୍ଡିଆ ମଣ୍ଡି ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଚାଷୀ କିଭଳି ସୁଲଭ ମୂଲ୍ୟରେ ନିଜର ହରଡ ଓ ମାଣ୍ଡିଆ ବିକ୍ରି କରିପାରିବେ ସେ ସଂପର୍କରେ ଉକ୍ତ ବୈଠକରେ ଆଲୋଚନା କରାଯାଇଛି । ଚଳିତ ମାସ ୩୧ ସୁଦ୍ଧା ପ୍ରଚାର ପ୍ରସାର ଦ୍ୱାରା ସମସ୍ତ ଚାଷୀଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ହରଡ କେଜି ପ୍ରତି-୮୦ଟଙ୍କା ଓ ମାଣ୍ଡିଆ କେଜି ପ୍ରତି-୪୮ ଟଙ୍କା ୮୬ ପଇସା ଧାର୍ଯ୍ୟ କରାଯାଇଛି । ଆୟୋଜିତ ଏହି ବୈଠକରେ ଏଡିଓ ମାର୍ଶଘାଇ, ସହକାରୀ କୃଷି ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଗରଦପୁର ର ମଣ୍ଡଳ କୃଷି ଅଧିକାରୀ, ଏଆରସିଏସ, ଡିଡବ୍ଲୁଓ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ୨ଟି ଚାଷୀ ଉତ୍ପାଦକ ସଂସ୍ଥା ତଥା ଶାନ୍ତି ମୈତ୍ରୀର ଭଗବାନ ଜେନା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande