ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା
ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଶିବ ମନ୍ଦିରରୁ ଆଣିଥିବା ମଶାଲ ପ୍ରତିଷ୍ଠା ପରେ ନାକଟିଦେଉଳ ସିଏଚସି ର ଅଧିକ୍ଷକ ଡା. ଅମୂଲ୍ୟ ରତ୍ନ ମହନ୍ତ ଉତ୍ସବ କୁ ଉଦଘାଟନ କରିଥିଲେ। ଏ
ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା


ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା


ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଶିବ ମନ୍ଦିରରୁ ଆଣିଥିବା ମଶାଲ ପ୍ରତିଷ୍ଠା ପରେ ନାକଟିଦେଉଳ ସିଏଚସି ର ଅଧିକ୍ଷକ ଡା. ଅମୂଲ୍ୟ ରତ୍ନ ମହନ୍ତ ଉତ୍ସବ କୁ ଉଦଘାଟନ କରିଥିଲେ। ଏହି କ୍ରୀଡ଼ାସମାବେଶର ୨୨ ଟି ସ୍ପର୍ଦ୍ଧାରେ ୨୭୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱ ଓ ଅଧ୍ୟାପକ ସଞ୍ଜିବ କୁମାର ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ସଭା ରେ ନାକଟିଦେଉଳ ତହସିଲଦାର ଅମର ଜେ ଡ଼ୁଙ୍ଗଡୁଙ୍ଗ୍ ଓ ସମ୍ମାନୀତ ଅତିଥି ଭାବରେ ସହକାରୀ ବନ ସଂରକ୍ଷକ ଅଶ୍ୱିନୀ କୁମାର ବେହେରା ଯୋଗ ଦେଇ ଶିକ୍ଷାୟତନ ରେ କ୍ରୀଡ଼ା ର ଆବଶ୍ୟକତା ଓ ମହତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ । ଗ୍ରନ୍ଥଗାରିକ ଅରୁଣ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେମୋନ୍‌ଷ୍ଟେଟର୍ ପୁରୁଷୋତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବାଳକ ବିଭାଗ ରେ +୨ ପ୍ରଥମ ବର୍ଷ ର ଛାତ୍ର ଜଗା ଓରାମ୍ ଏବଂ ବାଳିକା ବିଭାଗ ରେ +୨ ଦ୍ୱିତୀୟ ବର୍ଷ ଛାତ୍ରୀ ମିଲି କିଶାନ୍ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ । କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା ରେ କ୍ରୀଡ଼ା ଶିକ୍ଷକ ଅଧ୍ୟାପକ ସରୋଜ ଭୁଏ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande