ଓପିଜିସି ର ସୁନାରି ଶିବିରରେ ୨୮୨ ଜଣଙ୍କ ସ୍ୱାସ୍ଥ୍ୟପରୀକ୍ଷା
ସମ୍ବଲପୁର, ୨୧ ଡିସେମ୍ବର (ହି.ସ.) - ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି), ଇବ ଥର୍ମାଲ ପକ୍ଷରୁ ଲଖନପୁର ବ୍ଳକ ସୁନାରୀ ପଂଚାୟତ କାର୍ଯ୍ୟାଳୟଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ଥାନୀୟ ସରପଂଚ ନନ୍ଦିନୀ ସାହୁ ଉଦ୍‌ଘାଟନ କରିଥିଲେ। ଶିବିରରେ ଇବ୍ ଥର୍ମାଲ । ଚିକିତ୍ସାଳ
ଓପିଜିସି ର ସୁନାରି ଶିବିରରେ ୨୮୨ ଜଣଙ୍କ ସ୍ୱାସ୍ଥ୍ୟପରୀକ୍ଷା


ସମ୍ବଲପୁର, ୨୧ ଡିସେମ୍ବର (ହି.ସ.) - ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସି), ଇବ ଥର୍ମାଲ ପକ୍ଷରୁ ଲଖନପୁର ବ୍ଳକ ସୁନାରୀ ପଂଚାୟତ କାର୍ଯ୍ୟାଳୟଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ଥାନୀୟ ସରପଂଚ ନନ୍ଦିନୀ ସାହୁ ଉଦ୍‌ଘାଟନ କରିଥିଲେ। ଶିବିରରେ ଇବ୍ ଥର୍ମାଲ । ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧୂକାରୀ ଡା. ସଂଗୀତା ପଣ୍ଡା, ଡାକ୍ତର ଶଶୀଭୂଷଣ ଗୋୟଲ, ଡାକ୍ତର ଅଙ୍କିତ କୁମାର ଆଚା ଆଚାର୍ଯ୍ୟ, ଭେଷଜ ବିଶେଷଜ୍ଞ ଡ଼ା. ବଳରାମ ଖମାରି । ଯୋଗଦେଇ ୨୮୨ ଜ ଜଣଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବାସହ ଔଷଧ ବଂଟନ କରିଥି କରିଥିଲେ। ଶିବିରରେ ସିଏସଆର ବିଭାଗର ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ତାପସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଇବ୍ ଥର୍ମାଲ ଚିକିତ୍ସାଳୟର ସଂଯୁକ୍ତା ମହାନନ୍ଦ, ତୃପ୍ତିମୟୀ ପଟେଲ, ସ୍ନେହଲତା ଚଇନ, ରତୀ କୁମାର ପ୍ରଧାନ, ସ୍ନେହାଶିଷ ବେହେରା, ପ୍ରଭାତ ବାରିକ, ଅଭିମନ୍ୟୁ ଭୋଇ, ପ୍ରବୀଣ ପଧାନ, କର୍ଣ୍ଣ ବାଗ, କୁଞ୍ଜବିହାରୀ ବେହେରା ଶିବିର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande