
କେନ୍ଦୁଝର, ୨୧ ଡିସେମ୍ବର (ହି.ସ.) - ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିରାଙ୍ଗଠାରେ ଓଷ୍ଟା ୪୨ ତମ ଶିଶୁ ମେଳା ମହାସମାରୋହରେ ପାଳିତ ହୋଇଯାଇଛି। ପାଖାପାଖୂ ୨୦ ଟି ବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ ଦଶଟି ବିଭାଗରେ ଭାଗ ନେଇଥିଲେ। ପ୍ରତିଭା ବିକାଶରେ ଓଷ୍ଟାର ୪୨ ବର୍ଷ ଧରି ଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ଉଦଘାଟନ ଉତ୍ସବରେ ସଭାପତିତ୍ୱ କରିଥିଲେ ବ୍ଳକ ସଭାପତି ତଥା ବିଦ୍ୟାଳର ଅଧ୍ୟକ୍ଷ ସୁନୀଲ କୁମାର ପାଇକରାୟ। ପ୍ରାରମ୍ଭରେ ବ୍ଳକ ସମ୍ପାଦକ କାହ୍ନୁ ଚରଣ ସାମଲ ଉଦ୍ଦେଶ୍ୟଜ୍ଞାପନ କରିବା ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୂଖ୍ୟଅତିଥ୍ ଭାବେ ଜିଲ୍ଲାର ଶିକ୍ଷା ପରିବାରର ମୂଖ୍ୟ ଜିଲ୍ଲା ଶିକ୍ଷା ଅଧୂକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗଦେଇ ପିଲାମାନଙ୍କୁ ବହୁ ଉପଯୋଗୀ ବାର୍ତା ପ୍ରଦାନ କରିଥିଲେ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ମହାରଣା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ସତ୍ୟନାରାୟଣ ମହାନ୍ତି, ହରିଚନ୍ଦନପୁର ଗୋଷ୍ଠି ଶିକ୍ଷା ଅଧୂକାରୀ ଚିନ୍ମୟ କୁମାର ରାଉତ, ରାଜ୍ୟ ଜ୍ୟ ଓଷ୍ମାକାର୍ଯ୍ୟକାରୀ ସଭ୍ୟ ଜ୍ଞାନେନ୍ଦ୍ର ଦେଓ, ଜିଲ୍ଲା କାର୍ଯ୍ୟକାରୀ ଓରୀ ସଭାପତି ସୁଧାକର ପଣ୍ଡା,ଘଟଗାଁ ବ୍ଳକ ସମ୍ପାଦକ ସତ୍ୱେ ସନ୍ତୋଷ କୁମାର ସତପଥୂ, ପ୍ରାକ୍ତନ ବ୍ଲକ ସମ୍ପାଦକ ରବିନାରା ରବିନାରାୟଣ ସାହୁ, ପ୍ରାକୁନ ବ୍ଳକ ସଭାପତି ଦୁଃଶାସନ ମହାନ୍ତି, ଜିରାଙ୍ଗ ଉଚ୍ଚବିଦ୍ୟାଳୟର ପ୍ରାକୃନ ପ୍ରଧାନ ଶିକ୍ଷକ ପ୍ରଶନ୍ନ ମହାନ୍ତି ବ୍ଳକ ଯୋଗଦେଇ ନିଜର ବକ୍ତର୍ବ୍ୟ ରଖିଥିଲେ। ମଂଚ ସଂଚାଳନ କରିଥିଲେ ହରଚନ୍ଦନପୁର ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତି ସେଠୀ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥ୍ ହରିଚନ୍ଦନପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟୋର ଉପସଭାପତି ମନୋଜ ପଣ୍ଡା ସମ୍ମାନୀତ ଅତିଥ୍ ଭାବେ ଅତିଥୂ ଅଧ୍ୟାପକ ପ୍ରିୟାଙ୍କା ନାୟକ, ସସ୍ମିତା ସ୍ୱାଇଁ, କାର୍ଷିକ କାରୁଆ, ଦିଲ୍ଲୀପ ମହାନ୍ତି, ଶିବାନନ୍ଦ ସାହୁ, ସୁକେଶିନି ବେହେରା, ଲମ୍ବୋଦର ମହାନ୍ତି ଓ ଉତ୍କଳ ଲକ୍ଷ୍ମୀ ଦାସ ଯୋଗ ଦେଇଥିଲେ। କାର୍ଯ୍ୟକମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA