ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପଂଚକର୍ମ ଉପଚାର କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ୨୦୧୫ ମସିହା ଠାରୁ ଆୟୁର୍ବେଦିକ ନୀୟମ ଅନୁସାରେ ଏକ ପଂଚକର୍ମ ବିଭାଗ ଚାଲୁଅଛି । ଏଥିରେ ବିଭିନ୍ନ ପ୍ରକାର ରୋଗ ତଥା ସମସ୍ୟା ଯଥା ପକ୍ଷାଘାତ, ସ୍ନାୟୁ ଜନିତ ସମସ୍ୟା, ମାଂସ ପେଶୀୟ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଜ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପଂଚକର୍ମ ଉପଚାର କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ୨୦୧୫ ମସିହା ଠାରୁ ଆୟୁର୍ବେଦିକ ନୀୟମ ଅନୁସାରେ ଏକ ପଂଚକର୍ମ ବିଭାଗ ଚାଲୁଅଛି । ଏଥିରେ ବିଭିନ୍ନ ପ୍ରକାର ରୋଗ ତଥା ସମସ୍ୟା ଯଥା ପକ୍ଷାଘାତ, ସ୍ନାୟୁ ଜନିତ ସମସ୍ୟା, ମାଂସ ପେଶୀୟ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଜନିତ ରୋଗ, ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ରୋଗ ଆଦି ର ଆସୁ ସମାଧାନ କରାଯାଉଛି । ପ୍ରତି ମାସରେ ପ୍ରାୟତଃ ୩୦୦ ରୁ ୩୫୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗୀ ଚିକିତ୍ସା ଜନିତ ଶତକଡା ୮୦ ଭାଗ ରୋଗୀ ଉପକୃତ ହେଉଛନ୍ତି । ଏହି ୟୁନିଟ ରେ ଜଣେ ଡାକ୍ତର ସୌହାଦ୍ୟ କୁମାର ନାଏକ ଚିକିତ୍ସା କରୁଥିବା ବେଳେ ଜଣେ ପଂଚକର୍ମ ସହାୟକ ଶିବ ଶଙ୍କର ଭୋଳ ଏବଂ ଅନ୍ୟ ଜଣେ ମହିଳା ପଂଚକର୍ମ ସହାୟିକା ଉର୍ମିଳା ମହାନ୍ତି କାର୍ଯ୍ୟ କରି ଆସୁଛନ୍ତି । ଏହି ପଂଚକର୍ମ ଓଡ଼ିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଅନ୍ତର୍ଗତ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ । ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ ଓ ଏ ଡି ଏମ୍ ଓ ମେଡିକାଲ ଡ଼ ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ, ସୁଭାସିସ ସାଠୁଆ, ଆକାଉଂଟାଂଟ କୁମୁରେଶ ନାୟକ ପ୍ରମୁଖ ତଦାରଖ କରୁଛନ୍ତି । ଏହି ଚିକିତ୍ସା ମାଧ୍ୟମରେ ଜିଲ୍ଲାର ବହୁ ନେତ୍ରୁ ସ୍ଥାନୀୟ, ରାଜନେତା, ଅଧିକାରୀ ଓ କର୍ମଚାରୀ ଚିକିତ୍ସିତ ହୋଇ ଭଲ ହୋଇଛନ୍ତି । ନିକଟରେ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଡ଼. ସୁକାନ୍ତ କୁମାର ପ୍ରଧାନ ଏହି ପଂଚକର୍ମ ବ୍ୟବସ୍ଥାର ସୁବିଧା ପାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande