
ବଲାଙ୍ଗିର, ୨୧ ଡିସେମ୍ବର (ହି.ସ.)-
ବଲାଙ୍ଗୀର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ପ୍ରଫେସର ତରୁଣ ମିଶ୍ର, ଟ୍ରଷ୍ଟି ସଭ୍ୟ ପ୍ରକାଶ କୁମାର ନେପାକ ସମ୍ମାନିତ ଅତିଥି ଏବଂ ଶ୍ରୀ ଅଶୋକ କୁମାର ମେହେର ବକ୍ତା ତଥା ଟ୍ରଷ୍ଟି ସଭ୍ୟ କୁନା ବାଗ, ଅଜିତ ପଣ୍ଡା ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଜିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ l ଶିକ୍ଷକ ଦେବାନନ୍ଦ ସାହୁ ସଭା ସଂଯୋଜନା କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନ ବରିଷ୍ଠ ବିଭାଗ ଚମ୍ପିୟାନ ଋତୁରାଜ ପଶୟତ ଏବଂ କନିଷ୍ଠ ବିଭାଗରେ କୃତ୍ତିକା ଖମାରି ଏବଂ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଋତୁରାଜ ପଶୟତ, ପ୍ରିଶୁଶ୍ରିବା ପାଢ଼ୀ, ଅମାୟିରା ସାୟିଦ, ରିୟାନ୍ସ ଭାର୍ଗବ ହୋତା, ଆଦିରୟା ଇସାରାତ, ଆରାଧ୍ୟା ମହାନ୍ତି, ଦେବାଶ୍ରିତ ଧାରୁଆଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l
ଅଭିଭାବକ ମାନଙ୍କ ଦୌଡ ପ୍ରତିଯୋଗିତାରେ ଗୋବିନ୍ଦ ମହାନ୍ତି, ଶୁଭ୍ରାଂଶୁ ଶେଖର ନାଏକ, ସୁଶୀଲ ମହାକୁଡ଼ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ତଥା ତୃତୀୟ ସ୍ଥାନ ପାଇ ପୁରସ୍କାର ପାଇଥିଲେ l ଅଭିଭାବିକାଙ୍କ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ସୌଦାମିନୀ ଧାରୁଆ, ଦିବ୍ୟାନି ନାଏକ, ନତିଶା ଖାତୁନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ପାଇଥିଲେ l ପରିଶେଷରେ ଅଧ୍ୟକ୍ଷା ନିରୁପମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ