
କେନ୍ଦ୍ରାପଡ଼ା, ୨୧ ଡିସେମ୍ବର (ହି.ସ.) - କେନ୍ଦ୍ରାପଡ଼ା ପଂଚାୟତ ସମିତି ଆନୁକୂଲ୍ୟରେ ରେ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା ଓ ଯେଉଁଥିରେ ବ୍ଲକ ଏକାଦଶ,ସରପଂଚଏକାଦଶ, ପିଓ ଓ ଏଡିଓ ଏକାଦଶ ଏବଂ ସାମ୍ବାଦିକ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଜଜାଙ୍ଗ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା ଓ ଯେଉଁଥିରେ ଫାଇନାଲ ମ୍ୟାଚ ରେ ବ୍ଲକ ଏକାଦଶ ଙ୍କୁ ହରାଇ ସାମ୍ବାଦିକ ଏକାଦଶ ବିଜୟୀ ହୋଇଥିଲା ଓ ଫାଇନାଲ ମ୍ୟାଚ ରେ ସାମ୍ବାଦିକ ଅଲେଖ ନାୟକ ୫୨ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଓ ସେହିଭଳି ବ୍ଲକ ପ୍ରଶାସନ ପକ୍ଷରୁ ବେଷ୍ଟ ବୋଲର ଶୁଭେନ୍ଦୁ ବେହେରା ପୁରସ୍କାର ପାଇଥିବା ବେଳେ ସରପଂଚ ଟିମ ପକ୍ଷରୁ ଘାଗରା ସରପଂଚଙ୍କ ପ୍ରତିନିଧି ଅଜିତ ପରିଡା ବେଷ୍ଟ ବ୍ୟାଟ୍ସମ୍ୟାନ ପୁରସ୍କାର ପାଇଥିଲେ ଓ ଶେଷରେ କେନ୍ଦ୍ରାପଡ଼ା ବିଡ଼ିଓ ଶ୍ରୀ ଅଭିଷେକ ସ୍ୱାଇଁ ବିଜେତା ସାମ୍ବାଦିକ ଦଳ ଅଧିନାୟକ ବଳରାମ ବେହେରା ଉପ ଅଧିନାୟକ ପ୍ରଦୋଷ ବିଶ୍ୱାଳ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଓ ରାଜନଗର ବିଡ଼ିଓ ଅନିରୁଦ୍ଧ ବେହେରା ଖେଳ ପରିଚାଳନା କରିଥିଲେ ଓ କପାଳେଶ୍ୱର ସରପଂଚଙ୍କ ପ୍ରତିନିଧି ଶ୍ରୀ ଲୋହିତ ମହାନ୍ତି ଖେଳ ଆୟୋଜନା ରେ ସହଯୋଗ କରିଥିଲେ ଓ ଏହି କ୍ରୀଡା ଆୟୋଜନ ରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି କର୍ମଚାରୀ ତଥା ସମସ୍ତ ଅଫିସିଆଲି ଷ୍ଟାଫ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି