ଶରଧାପୁର କପ୍ ଫୁଟବଲ, ଘାଟିକିଆ ବିଜୟୀ
ଖୋର୍ଦ୍ଧା, ୨୧ ଡିସେମ୍ବର (ହି.ସ.)- ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଉଦଘାଟନୀ ମ୍ୟାଚରେ ବଜରଙ୍ଗବାଲି ଦଳ ଘାଟିକିଆ ଭୁବନେଶ୍ଵର ଓ ଶାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଅନୁଷ୍ଠି
ଶରଧାପୁର କପ୍ ଫୁଟବଲ, ଘାଟିକିଆ ବିଜୟୀ


ଖୋର୍ଦ୍ଧା, ୨୧ ଡିସେମ୍ବର (ହି.ସ.)-

ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଉଦଘାଟନୀ ମ୍ୟାଚରେ ବଜରଙ୍ଗବାଲି ଦଳ ଘାଟିକିଆ ଭୁବନେଶ୍ଵର ଓ ଶାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପରେ ଦ୍ବିତିୟାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ତେଣୁ ମ୍ୟାଚଟି ବରାବର ହୋଇଥିଲା। ତେବେ ମ୍ୟାଚ ରେଫରୀ ଟ୍ରାଇବେକରର ସହାୟତା ନେଇଥିଲେ। ଟ୍ରାଇବେକରରେ ୧୨-୧ ୧ଗୋଲରେ ବଜରଙ୍ଗବାଲି ଦଳ ଘାଟିକିଆ ବିଜୟୀ ହୋଇଥିଲା। ଆଜିର ଏହି ମ୍ୟାଚକୁ ଗିରିଶ ଚନ୍ଦ୍ର ଜାନି ପରିଚାଳନା କରିଥିବା ବେଳେ ସଗିର ଅହେମ୍ମଦ ଓ ଚିତ୍ତରଞ୍ଜନ ପରିଡ଼ା ତାଙ୍କୁ ଲାଇନରେ ସହାୟତା କରିଥିଲେ ।

ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀଧର ବଡ଼ଜେନା, ମହମ୍ମଦ ଜମିରୁଲ ରହେମନ, ନଶିମୁଦ୍ଦିନ ଅହେମ୍ମଦ, ହଜି ଇସମାଇଲ,ଜାପାନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆସୋସିଏସନର ସମ୍ପାଦକ ଏସ କେ ହୁଦା, ଦେବରାଜ ବାରିକଙ୍କ ସମେତ ଆସୋସିଏସନର ସଦସ୍ୟ ମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande