ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ
ବଲାଙ୍ଗିର, 21 ଡିସେମ୍ବର (ହି.ସ.) ରବିବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମ ରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମ ର ରଞ୍ଜନ ସେଠ୍
ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ


ବଲାଙ୍ଗିର, 21 ଡିସେମ୍ବର (ହି.ସ.) ରବିବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମ ରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମ ର ରଞ୍ଜନ ସେଠ୍ ସଭାପତିତ୍ୱ କରିଥିଲେ ଓ ବୈଠକର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ । ବଲାଙ୍ଗିର ଜିଲ୍ଳା କମିଟିର ସମ୍ପାଦକ କିର୍ତ୍ତିଚନ୍ଦ୍ର ସେଠ୍ ସଭା ପରିଚାଳନା କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍ ଆଗାମୀ ଦିନରେ ହେବାକୁଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ସାହାଯ୍ୟ ସହଯୋଗର କାମନା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ବରିଷ୍ଠ ସଭ୍ୟ ସୁଦାମ ସେଠ୍‌, ନୂଆକର ସେଠ୍‌,ଉପଖଣ୍ଡ ସଭାପତି ଅଶୋକ ସେଠ୍ ମଞ୍ଚାସିନ ଥିଲେ । ଉକ୍ତ ସଭା କାର୍ଯ୍ୟରେ ପିପିର୍ଡା ଗ୍ରାମର ନନ୍ଦଲାଲ ସେଠ୍‌, ବିରଞ୍ଚି ସେଠ୍‌, ଶ୍ୟାମ ସେଠ୍‌, ବୈକୁଣ୍ଠ ସେଠ୍‌, ଦିଲିପ ସେଠ୍‌, ଲୁକାପଡା ଗ୍ରାମର ସୁରଥ ସେଠ୍‌, ନବିନ ସେଠ୍‌, ଲଲିତ ସେଠ୍‌, ଅଶ୍ୱିନୀ ସେଠ୍‌, ଓ ବକଟି ଗ୍ରାମର ମାୟାଧର ସେଠ୍‌,ପୂର୍ଣ୍ଣ ସେଠ.ଉପସ୍ଥିତ ରହି ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ସମର୍ଥନ ଜଣାଇ ଥିଲେ ।ଶେଷରେ ଜିଲ୍ଲା ସମ୍ପାଦକ କିର୍ତ୍ତି ଚନ୍ଦ୍ର ସେଠ୍ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande