
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)-'ପଲ୍ଲୀ କବି' ନନ୍ଦକିଶୋର ବଳଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ କବି ତଥା
ଶିଶୁ ସାହିତ୍ୟିକ 'ପଲ୍ଲୀ କବି' ନନ୍ଦକିଶୋର ବଳଙ୍କ
ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ଓଡ଼ିଶାର ପଲ୍ଲୀ ଜୀବନ ଓ ଗ୍ରାମୀଣ ସଂସ୍କୃତିର ମହକକୁ ନିଜ
ସାହିତ୍ୟରେ ଅତି ନିଖୁଣ ଭାବେ ଚିତ୍ରଣ କରି ସେ ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଛନ୍ତି।
ତାଙ୍କର କାଳଜୟୀ ରଚନାବଳୀ ଓଡ଼ିଆ ଜାତି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା