୫-ଦିନିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବୁଟ୍ କ୍ୟାମ୍ପ ଉଦଯାପିତ
୫-ଦିନିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବୁଟ୍ କ୍ୟାମ୍ପ ଉଦଯାପିତ
୫-ଦିନିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବୁଟ୍ କ୍ୟାମ୍ପ ଉଦଯାପିତ


୫-ଦିନିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବୁଟ୍ କ୍ୟାମ୍ପ ଉଦଯାପିତ


ସମ୍ବଲପୁର, ୨୪, ଡିସେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲାରେ ଗତ ଡିସେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୫-ଦିନିଆ ଆବାସିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବୁଟ୍ କ୍ୟାମ୍ପ ସଫଳତାର ସହ ସମାପ୍ତ ହୋଇଯାଇଛି। ଏହି ବୁଟ୍ କ୍ୟାମ୍ପ ପିଏସଏସ ସେଣ୍ଟ୍ରାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଭୋକେସନାଲ୍ ଏଡ୍ୟୁକେସନ୍, ଭୋପାଳ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସମ୍ବଲପୁରଙ୍କ ସଂଯୁକ୍ତ ଉଦ୍ୟମରେ ଓଡ଼ିଶା ସ୍କୁଲ୍ ଏଡ୍ୟୁକେସନ୍ ପ୍ରୋଗ୍ରାମ୍ ଅଥରିଟି ଏବଂ ସମଗ୍ର ଶିକ୍ଷା ବିଭାଗ, ସମ୍ବଲପୁରଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଜିଏମ୍ ହାୟର୍ ସେକଣ୍ଡାରୀ ସ୍କୁଲ୍ ଓ ଜମନକିରା କଲେଜ୍‌ରୁ ୩୩ ଜଣ ଛାତ୍ରଛାତ୍ରୀ (୧୬ ଝିଅ ଓ ୧୭ ପୁଅ) ସହିତ ୫ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ୫ ଦିନ ଧରି ଚାଲିଥିବା ଏହି ବୁଟ୍ କ୍ୟାମ୍ପରେ ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ, ଡିପ୍ ଲର୍ନିଂ, ଜେନେରେଟିଭ୍ , ନ୍ୟାଚୁରାଲ୍ ଲାଙ୍ଗୁଏଜ୍ ପ୍ରୋସେସିଂ, ରିଇନଫୋର୍ସମେଣ୍ଟ ଲର୍ନିଂ, ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରିଡିକ୍ଟିଭ୍, ରୋବୋଟିକ୍ସ, ‘ମାଇ କ୍ୟାରିୟର୍ ଆଡ୍ଭାଇଜର୍’ ଆପ୍ଲିକେସନ୍ ଓ ବାସ୍ତବ ଶିଳ୍ପ ଉପଯୋଗ ସମ୍ପର୍କିତ ବିଭିନ୍ନ ବିଷୟରେ ପ୍ରାୟୋଗିକ ଓ ସିଦ୍ଧାନ୍ତମୂଳକ ଶିକ୍ଷା ଲାଭ କରିଥିଲେ।

ଏଆଇ ର ମୂଳ ଦକ୍ଷତା ସହିତ ସହ, ଏହି ବୁଟ୍ କ୍ୟାମ୍ପରେ ପୋର୍ଟଫୋଲିଓ ତିଆରି, ରେଜ୍ୟୁମେ ଲେଖନ, ସାକ୍ଷାତ୍କାର ପାଇଁ ପ୍ରସ୍ତୁତି,ଏଆଇ ଆଧାରିତ ଉଦ୍ୟମିତା ଓ ଷ୍ଟାର୍ଟଅପ୍‌, ଏବଂ ଶିକ୍ଷା ଓ କୌଶଳ ବିକାଶରେ ଏଆଇ ଟୁଲ୍‌ର କାର୍ଯ୍ୟକାରୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇଣ୍ଟରାକ୍ଟିଭ୍ ଲେକ୍ଚର୍, ଡେମୋନ୍‌ଷ୍ଟ୍ରେସନ୍ ଓ ଲାବ୍-ଆଧାରିତ ସେସନ୍‌ ମାଧ୍ୟମରେ ସିଦ୍ଧାନ୍ତ ଓ ପ୍ରାୟୋଗିକ ଶିକ୍ଷାର ସଫଳ ସମନ୍ୱୟ ହୋଇଥିଲା।

ଏହି ବୁଟ୍ କ୍ୟାମ୍ପକୁ ପ୍ରଫେସର୍ ମହାଦେଓ ଜୈସ୍ୱାଲ୍, ପ୍ରଫେସର୍ ଦିପ୍ତିରଞ୍ଜନ ମହାପାତ୍ର, ପ୍ରଫେସର୍ ଦୀପାନ୍ୱିତା ଦତ୍ତା, ପ୍ରଫେସର୍ ଆଶିଷ କୁମାର ଧରା, ପ୍ରଫେସର୍ ପ୍ରୀତି କୁମାରୀ, ପ୍ରଫେସର୍ ମର୍ଲିନ୍ ନନ୍ଦୀ, ପ୍ରଫେସର୍ ମଣିଷ କୁମାର, ପ୍ରଫେସର୍ ଅତନୁ ଦେୟ ଓ ଡ଼. ପ୍ରକାଶ ଚନ୍ଦ୍ର ରାଉତଙ୍କ ଭଳି ବିଶିଷ୍ଟ ଶିକ୍ଷାବିଦ୍‌ମାନଙ୍କ ଉଦ୍ବୋଧନ ଓ ବିଶେଷଜ୍ଞ ସେସନ୍‌ ଆହୁରି ସମୃଦ୍ଧ କରିଥିଲା।

ଜାତୀୟ ଶିକ୍ଷା ନୀତି ୨୦୨୦ ଓ ‘ବିକଶିତ ଭାରତ @୨୦୪୭’ ର ଦୃଷ୍ଟିକୋଣ ସହ ସମନ୍ୱୟ ରଖି, ଓସେପା ଓ ସମଗ୍ର ଶିକ୍ଷା ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଭୋକେସନାଲ୍ ଶିକ୍ଷା ମାଧ୍ୟମରେ ନବୋତ୍ପାଦନ, ଡିଜିଟାଲ୍ ଦକ୍ଷତା ଓ ନିଯୁକ୍ତିଯୋଗ୍ୟତା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande