
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ.) - ଆସନ୍ତାକାଲି (ଗୁରୁବାର)ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଶତାଦ୍ଦୀ ବର୍ଷ ପାଳନ ହେବ। ଏହି ଅବସରରେ ଆସନ୍ତାକାଲି ସକାଳ ୮ଘଟିକା ୩୦ମିନିଟ୍ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୧୦ତମ ‘ଅଟଳ ସମ୍ମାନ-୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହି ୨୦୨୫ ବର୍ଷ ପାଇଁ ଅଟଳ ସମ୍ମାନ ପ୍ରଦାନ କରିବେ। ଚଳିତ ବର୍ଷ ପାଇଁ କୁଞ୍ଜବିହାରୀ ପାଣିଗ୍ରାହୀଙ୍କୁ ଅଟଳ ସମ୍ମାନ ୨୦୨୫, ଡ. ଭାଗ୍ୟ ଲିପି ମଲ୍ଲଙ୍କୁ ଅଟଳ ସଂସ୍କୃତି ସମ୍ମାନ, ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଅଟଳ କବିତା ସମ୍ମାନ, ଉତ୍ସଗଙ୍କୁ ଅଟଳ ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କୁ ଅଟଳ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯିବ। ଗୁରୁବାର ଅପରାହ୍ନ ୪ଟାରେ ସ୍ୱର୍ଗତଃ ବାଜପେୟୀଜୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହେବ ବୋଲି ରାଜ୍ୟ ସମ୍ପାଦିକା ତଥା ସାଂସ୍କୃତିକ ପ୍ରକୋଷ୍ଠର ଆବାହିକା ଶ୍ରୀମତି ପିଙ୍କି ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା