
କେନ୍ଦ୍ରାପଡା24 ଡିସେମ୍ବର (ହି.ସ.) ଲକ୍ଷ୍ୟ ସ୍ଥିର ରଖି କଠିନ ପରିଶ୍ରମ ବଳରେ ଜ୍ଞାନ ଆହରଣ କରିବାରେ ଛାତ୍ର ଛାତ୍ରୀ ମନୋନିବେଶ କରିଲେ ଶିଖର ଛୁଇଁପାରିବେ ବୋଲି ଆୟତନର କନିକା ସରକାରୀ ଉଚ୍ଚ ବିଦ୍ୟାଳୟ ତିନିଦିନିଆ ହୀରକ ଜୟନ୍ତୀ ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଆହ୍ୱାନ ଦେଇଛନ୍ତି କ୍ଷ କନିକା ଇଷ୍ଟେଟର ଏହି ଅଦ୍ଵିତୀୟ ହାଇସ୍କୁଲ ୧୯୬୦ ମସିହାରେ ପ୍ରତିଷ୍ଠିତ ହୋଇ ୬୫ ବର୍ଷରେ ହୀରକ ଜୟନ୍ତୀ ସଫଳତାର ସହ ସମ୍ପନ୍ନ କରିଥିବାରୁ ସାଧାରଣରେ ଏହି ସମାରୋହ ଏକ ସମ୍ମୋହନ ଆଣି ଦେଇଛି ବୋଲି ମୁଖ୍ୟ ଵକ୍ତା ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ପ୍ରକାଶ କରିଥିଲେ କ୍ଷ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ରଘୁରାମ ଆର ଆୟର ଯୋଗ ଦେଇ ଟ୍ରଫି ଗ୍ରହଣ କରିଥିଲେ କ୍ଷ କନିକା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ହୀରକ ଜୟନ୍ତୀରେ ଉଦଯାପନୀ ଉତ୍ସବରେ ଜୟନ୍ତୀର ସ୍ମରଣୀକା 'କନିକାୟନ'କୁ ଅତିଥି ମାନେ ଉନ୍ମୋଚନ କରିବା ସହ ପ୍ରତିଷ୍ଠାତା ଡାକ୍ତର ଶ୍ରୀରାମ ଚନ୍ଦ୍ର ସୂତାରଙ୍କୁ ମରଣଉତ୍ତର ଭାବରେ ତାଙ୍କର ପୁତ୍ର ଡାକ୍ତର ଦେବେନ୍ଦ୍ର ସୁତାରଙ୍କୁ 'କନିକା ସେବା ସମ୍ମାନ' ପ୍ରଦାନ କରାଯାଇଥିଲା କ୍ଷ ସେହିପରି ଭାବରେ ଡ଼ଃ ହୟ ଗ୍ରୀବ ଗୁରୁ, ଇଂ ଶୈଳେନ୍ଦ୍ର ପ୍ରସାଦ ସୂତାର, ଗୋବିନ୍ଦ ଚନ୍ଦ୍ର ଦାଶ, ଦାମୋଦର ଧଳ ଆଦି ପ୍ରତିଷ୍ଠିତ ପୁରାତନ ଛାତ୍ରଙ୍କୁ ହୀରକ ଜୟନ୍ତୀ ଟ୍ରଫି ପ୍ରଦାନ କରାଯାଇଥିଲା କ୍ଷ ପୁରାତନ ଛାତ୍ର ପଦ୍ମଲୋଚନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ନାନୀତ ଅତିଥି ପ୍ରଧାନଶିକ୍ଷୟତ୍ରୀ ପଦ୍ମିନୀ ରାଉତ ଉପସ୍ଥିତ ଥିଲେ କ୍ଷ ପ୍ରତିଦିନ ଦୁଇଟି ଅଧିବେଶନରେ ହଜାର ହଜାର ପୁରାତନ ଛାତ୍ର ଛାତ୍ରୀଙ୍କ ସମ୍ମେଳନରେ ଏକ ଅଦ୍ଭୁତପୁର୍ବ ବନ୍ଧୁମିଳନର ଆସର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ପ୍ରେରଣା ଆଣିଦେଇଛି କ୍ଷ ଆଜି ପ୍ରଥମ ଅଧିବେଶନରେ ବିଦ୍ୟାଳୟର ଭବିଷ୍ୟତ ଉନ୍ନତି ପାଇଁ କାର୍ୟ୍ୟ ଖସଡ଼ା ପ୍ରସ୍ତୁତି,ଆୟତନ ଉପ୍ରା, କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା, ଶିକ୍ଷା କର୍ମଚାରୀ, ପୁରାତନ ପରିଚାଳନା କମିଟି, ଆଲୁମିନି, ପ୍ରତିଷ୍ଠିତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ନୂଆ ପରମ୍ପରା ଆପଣେଇ ଥିବାରୁ ପୁରାତନ ଛାତ୍ର ସଂସଦର ଉଦ୍ୟମ ସାକାର ରୂପ ନେଇଛି ବୋଲି ପୁରାତନ ଛାତ୍ର ସଂସଦର ସଭାପତି ବାଞ୍ଛାନିଧି ସୂତାର, ସମ୍ପାଦକ ନବକିଶୋର ସୂତାର କହିଛନ୍ତି କ୍ଷ ସ୍ମୃତି - ମିଳନର ମହାପର୍ବ ହୀରକ ଜୟନ୍ତୀ ସମାରୋହ ୨୦୨୫ ରେ ୬୨ ଟି ବ୍ୟାଚର ବହୁ ପୁରାତନ ଛାତ୍ରଙ୍କର ମିଳନୀ ପର୍ବ ବନ୍ଧୁତାର ଅନବଦ୍ୟ ଆକର୍ଷଣ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବିବିଧ ଜୟନ୍ତୀ ପାଳନ ପାଇଁ ଉଦାହରଣ ପାଲଟିଥିବା ସାଧାରଣରେ ଉତ୍ସାହ ଆଣିଛି କ୍ଷ ହୀରକ ଜୟନ୍ତୀର ପତାକାକୁ ସନ୍ଧ୍ୟାରେ ଅବତରଣ କରି ସମାରୋହର ଉଦଯାପନ କରାଯାଇଥିବା ବେଳେ ସନ୍ଧ୍ୟାର କଟକର ମେଲୋଡି ଗ୍ରୁପ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ହିନ୍ଦୁସ୍ଥାନ ସମାଚାର / ରବି