
ଜୟପୁର , 24 ଡିସେମ୍ବର (ହି.ସ.) ଜିଲା ସ୍ତରୀୟ ପରବ ରେ କୋରପୁଟ ଜିଲାର ୫ଟି ବ୍ଲକକୁ ପୁରସ୍କୁତ କରାଯାଇଛି । ବ୍ଲକ ସ୍ତରିୟ ପରବ ରେ ଭଲ ପ୍ରଦର୍ଶନ କରିଥିବାରୁ ସେମିଳିଗୁଡା ଓ ବନ୍ଧୁ ଗାଁ ପ୍ରଥମ ସ୍ଥାନ ଅଧିକାରି କରିଥିବା ବେଳେ କୋରାପୁଟ ଓ ଜୟପୁର ଦ୍ୱିତିୟ ସ୍ଥାନ ଓ ବୈପାରିଗୁଡା ତୃତିୟ ସ୍ଥାନ ଅଧିକାର କରିଥିବାରୁ ଜିଲା ପ୍ରଶାସନ ତରଫରୁ ପୁରୁସ୍କୁତ କରାଯାଇଛି । ପୁରସ୍କୁତ ହେବା ପରେ ଆଜି ଜୟପୁର ବ୍ଲକ କାଯ୍ୟାଳୟରେ ଖୁସିର ଲହରି ଖେଳିଯାଇଛି । ସିଲ କୁ ଧରି ସମସ୍ତ କର୍ମଚାରି ଫଠୋ ଉତ୍ତଳନ କରିଥିଲେ । ଜୟପୁର ବିଡିଓ ଶକ୍ତି ମହାପାତ୍ର ବୈପାରିଗୁଡା ବିଡିଓ ଅତିରିକ୍ତ ଦାୟିତ୍ୱ ଅଛନ୍ତି । ପରବ ରେ ଜୟପୁର ଓ ବୈପାରିଗୁଡା ବ୍ଲକ ପୁରସ୍କୁତ ହୋଇଥିବାରୁ ବିଡିଓଙ୍କୁ କର୍ମଚାରି ମାନେ ଶୁଭେଛା ଜଣାଇଥିଲେ । ଜୟପୁର ଠାରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହି ଯନ୍ତ୍ରୀ ବିଜୟ ନନ୍ଦ ଙ୍କ ସହ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି