କଲ୍ୟାଣୀ ବିଦ୍ୟାପୀଠର ୧୯୯୦ ମସିହାର ଛାତ୍ରଛାତ୍ରୀଙ୍କ ସମ୍ମିଳନୀ
ଘଟଗାଁ , ୨୪ ଡିସେମ୍ବର(ହି.ସ.) – ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ଗ୍ରାମର କଲ୍ୟାଣୀ ବିଦ୍ୟାପୀଠ ର ୧୯୯୦ ବ୍ୟାଚର ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ଭାରତ ଭୁଷଣ ନାୟକଙ୍କ ସଭାପତିତ୍ୱ ରେ ପୁରାତନ ଛାତ୍ରୀ ରିନାବାଳା ବିଶ୍ୱାଳ
କଲ୍ୟାଣୀ ବିଦ୍ୟାପିଠର ୧୯୯୦ ମସିହାର ଛାତ୍ରଛାତ୍ରୀ ଙ୍କ ସମ୍ମିଳନୀ


ଘଟଗାଁ , ୨୪ ଡିସେମ୍ବର(ହି.ସ.) – ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ଗ୍ରାମର କଲ୍ୟାଣୀ ବିଦ୍ୟାପୀଠ ର ୧୯୯୦ ବ୍ୟାଚର ଛାତ୍ର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ଭାରତ ଭୁଷଣ ନାୟକଙ୍କ ସଭାପତିତ୍ୱ ରେ ପୁରାତନ ଛାତ୍ରୀ ରିନାବାଳା ବିଶ୍ୱାଳ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବହୁବର୍ଷ ପରେ ଏଭଳି ଛାତ୍ରଛାତ୍ରୀ ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ପୁରାତନ ଛାତ୍ରମାନେ ଆୟୋଜନ କରିଥିବା ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନିଜ ନିଜ ଅଭିଭାଷଣରେ ଛାତ୍ରଙ୍କ ମଧ୍ୟରେ ସ୍ନେହ ଭାବର ଆଦାନ ପ୍ରଦାନର ମାଧ୍ୟମ ହେଉଛି ଏ ସମ୍ମିଳନୀ। ସ୍କୁଲର ଶିକ୍ଷକମାନଙ୍କର ଗୁଣଗାନ କରିବା ସହିତ ସେମାନଙ୍କର ଭଲପାଇବା ଶିକ୍ଷା ଓ ଆଦର୍ଶକୁ ମନେପକାଇ ଥିଲେ। ନିଜ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହି ଏଭଳି ସମାବେଶରେ ଯୋଗଦାନ କରି ସ୍କୁଲ ସ୍ମୃତି ସହ ନିଜ ବନ୍ଧୁମାନଙ୍କ ଭିତରେ ସଂପର୍କ ଆହୁରି ସୁଦୃଢ ହୋଇପାରିବ ବୋଲି ସମସ୍ତ ଛାତ୍ର ମତ ରଖିଥିଲେ। ଶେଷରେ ସମସ୍ତ ପୂରାତନ ଛାତ୍ରମାନେ ନିଜ ନିଜ ମଧ୍ୟରେ ସ୍କୁଲ ଜୀବନ ସ୍ମୃତି ଆଦାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ର ରାଉତ, ସନ୍ତୋଷ ବିଶ୍ୱାଳ, ମନୋଜ ଚକ୍ର, ଅତିଶ୍ ଜେନା, ବ୍ରଜକିଶୋର ରାଉତ, ରଜତ ଜେନା, ଅବଦୁଲ ହନିଫ୍‌, ବୈଜୟନ୍ତୀ ଜେନା, ଆର୍ତ ନାୟକ କବିତା ନାୟକ, ଦେବସ୍ମିତା ପାତ୍ରଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande