ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ
କେନ୍ଦୁଝର, 24 ଡିସେମ୍ବର (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟରେ ଗତକାଲି ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ପାଳନ ହୋଇଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ହୋଇ ରାମାନୁଜନଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରି କିପରି ପିଲା ମାନ
ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ


କେନ୍ଦୁଝର, 24 ଡିସେମ୍ବର (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟରେ ଗତକାଲି ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ପାଳନ ହୋଇଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ହୋଇ ରାମାନୁଜନଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରି କିପରି ପିଲା ମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକେଇବ ସେ ସଂପର୍କରେ ଉପସ୍ଥାପନ କରିଥିଲେ । ଏହି ଦିବସରେ ଗଣିତ ବିଭାଗର ମୁଖ୍ୟ ପ୍ରଫେସର୍ ଡକ୍ଟର ରାଧାକୃଷ୍ଣ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଡକ୍ଟର ସାହୁ ରମନୁଜନଙ୍କ ସମିକରଣରେ ଗଣିତର ଅନେକ ଶାଖା ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିଥିଲେ । ମହାବିଦ୍ୟାଳୟର ଅନ୍ୟତମ ପ୍ରାଧ୍ୟାପକ ରାସାୟନିକ ବିଜ୍ଞାନ ମୁଖ୍ୟ ତଥା ଶିକ୍ଷାର୍ଥୀକ ଅଧିକାରୀ ପ୍ରଫେସର୍ ଡକ୍ଟର ବିଷ୍ଣୁ ଚରଣ ଦାସ ଯୋଗଦେଇ ରାମାନୁଜନଙ୍କର ପ୍ରସିଦ୍ଧ ସମୀକରଣ ବାବଦରେ ଉପସ୍ଥାପନ କରିବା ସହ ଆଧୁନିକ କମ୍ପ୍ୟୁଟର ଗଣନାରେ ଏହାର ବଡ଼ ଭୂମିକା ରହିଛି ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଗାୟତ୍ରୀ ମହାରଣା ଯୋଗ ଦେବା ସହ ରାମାନୁଜନଙ୍କ କାର୍ଯ୍ୟ ସହ ସମ୍ପର୍କିତ ସାଧରଣିକୃତ ଇନ୍ ଭର୍ସ ର ପ୍ରୟୋଗ ସମ୍ପର୍କରେ ସ୍ଲାଇଡ୍ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏଥି ସହିତ ପିଲାମାନଙ୍କର ଏ ସମ୍ବନ୍ଧରେ ଥିବା ବିଭିନ୍ନ ପ୍ରଶ୍ନକୁ ସହଜରେ ଉତ୍ତର ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର୍ ଜ୍ୟୋତିରଂଜନ ଜେନା ସାଂପ୍ରତିକ ସମୟରେ ଦୈନନ୍ଦିନ ଜୀବନରେ ଗଣିତର ବ୍ୟବହାର ଓ ଏହାର ସୋନ୍ଦର୍ଯ୍ୟତା ସମ୍ପର୍କରେ ପିଲାମାନଙ୍କୁ କହିଥିଲେ । ଅନ୍ୟତମ ପଦାର୍ଥ ବିଜ୍ଞାନର ଅଧ୍ୟାପକ ପ୍ରଫେସର୍ ଡକ୍ଟର ସଞ୍ଜୟ କୁମାର ବେହେରା ସାଂପ୍ରତିକ ସମୟରେ ଗଣିତର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ପର୍କରେ ପିଲାମାନଙ୍କୁ ସୂଚାଇଥିଲେ । ବିଭାଗର ୨୦୨୪-୨୫ ଶିକ୍ଷା ବର୍ଷର ଶ୍ରେଷ୍ଠ ଶିକ୍ଷାର୍ଥୀ ସମ୍ମାନ ତୁଳସୀ ମହାନ୍ତ ଓ ଶ୍ରେଷ୍ଠ ସଫଳତା ପୁରସ୍କାର ତପସ୍ଵିନୀ ମୁଣ୍ଡାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଗଣିତ ଦିବସରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନେ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଦିବସରେ ବିଭାଗର ଅନ୍ୟତମ ଅଧ୍ୟାପକ ପ୍ରଳୟ କୁମାର ଦାସଅଧିକାରୀ, ଅଧ୍ୟାପିକା ପ୍ରିୟଙ୍କା ଜେନା, ଅନ୍ୟତମ ମୁଖ୍ୟ କର୍ମୀ କମଲ ଲୋଚନ ପାତ୍ର ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ । ପରିଶେଷରେ ବିଭାଗର ଅନ୍ୟତମ ପ୍ରମୁଖ ଅଧ୍ୟାପକ ସତ୍ୟବ୍ରତ ପୁଟି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande