ଆଳି ଓ କନିକା ବ୍ଲକରେ ନୂତନ ମଦ ଦୋକାନ ଖୋଲିବାକୁ ବିରୋଧ
କେନ୍ଦ୍ରାପଡା, ୨୪ ଡିସେମ୍ବର (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ
---------------ଆଳି ଓ କନିକା ବ୍ଲକରେ ନୂତନ ମଦ ଦୋକାନ ଖୋଲିବାକୁ ବିରୋଧ


କେନ୍ଦ୍ରାପଡା, ୨୪ ଡିସେମ୍ବର (ହି.ସ.) କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ସରକାର ପନ୍ଦରଟି ନୂଆ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ଏହା ବିରୋଧରେ ଆପତ୍ତି ଅଭିଯୋଗ ଦାଖଲର ଶେଷ ତାରିଖ ଥିବା ବେଳେ ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତିବାଦ ଦରଖାସ୍ତ ଦାଖଲ କରାଯାଇଛି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଜିଲ୍ଲା ଉପ ସଭାପତି ଭାଗୀରଥି ଜେନା, ଖଳି ବ୍ଲକ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ସମ୍ପାଦକ ଗୋବିନ୍ଦ ନନ୍ଦ, ସହ ସମ୍ପାଦକ ସୋହାନା ବେଗମ୍, ଅମରେନ୍ଦ୍ର ଦାସ, ଧନେଶ୍ଵର ରାଉତ ପ୍ରମୁଖଙ୍କ ଦ୍ଵାରା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଏହି ଅଭିଯୋଗ ପତ୍ରର ନକଲ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅବକାରୀ କମିଶନର ଓ ଅବକାରୀ ଅଧିକ୍ଷକଙ୍କ ନିକଟକୁ ପଠାଯାଇଥିବା ବେଳେ ଏଥିରେ ସରକାରଙ୍କୁ ତାଙ୍କର ନିର୍ବାଚନ କାଳୀନ ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦିଆଯାଇ ସରକାର ରାଜସ୍ବ ବୃଦ୍ଧି ପାଇଁ ଆପଣାଉଥିବା ଏପରି ଜନବିରୋଧୀ କାର‌୍ୟ୍ୟକ୍ରମରୁ ବିରତ ରହିବାକୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳଙ୍କ ସହ ଆଲୋଚନା କାଳରେ ଏହି ଘଟଣାକୁ ନେଇ ଆଳି କନିକା ଅଞ୍ଚଳରେ ଏବେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ସମ୍ପର୍କରେ ସୂଚାଇ ଦିଆଯାଇ ଥିଲା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande