ପାଣିକୋଇଲି ଟ୍ରମା କେୟାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତେଜିଲା ଆନ୍ଦୋଳନ ଟ୍ରମା କେୟାର ସହିତ ଉପଖଣ୍ଡ ଚିକତ୍ସାଳୟ ଦାବି କଳା ଯାଜପୁର ୟୁଥ ଫୋରମ
କୋରେଇ, ୨୪ ଡିସେମ୍ବର (ହି.ସ.) - ପାଣିକୋଇଲିରେ ଟ୍ରମା କେୟାର ସେଂଟର ଅନ୍ଦୋଳନରୁ ଜନ୍ମ ନେଇଥିଲା । ପାଣିକୋଇଲି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନ ଆନ୍ଦୋଳନ ଓ ୧୦୩ ଦିନ ଦିନର ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତତ୍‌କାଳୀନ ସରକାର ପାଣିକୋଇଲି ଠାରେ ଏକ ଟ୍ରମା କେୟାର ହ
ପାଣିକୋଇଲି ଟ୍ରମା କେୟାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତେଜିଲା ଆନ୍ଦୋଳନ  ଟ୍ରମା କେୟାର ସହିତ ଉପଖଣ୍ଡ ଚିକତ୍ସାଳୟ ଦାବି କଳା ଯାଜପୁର ୟୁଥ ଫୋରମ


କୋରେଇ, ୨୪ ଡିସେମ୍ବର (ହି.ସ.) - ପାଣିକୋଇଲିରେ ଟ୍ରମା କେୟାର ସେଂଟର ଅନ୍ଦୋଳନରୁ ଜନ୍ମ ନେଇଥିଲା । ପାଣିକୋଇଲି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନ ଆନ୍ଦୋଳନ ଓ ୧୦୩ ଦିନ ଦିନର ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତତ୍‌କାଳୀନ ସରକାର ପାଣିକୋଇଲି ଠାରେ ଏକ ଟ୍ରମା କେୟାର ହସ୍ପିଟାଲ କରିବାକୁ ଘୋଷଣା କରିଥିଲେ । ତଦନୁଯାୟୀ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ଆକଶ ଦାସ ନାୟକଙ୍କ ଦ୍ୱାରା ଏହା ଶିଳାନ୍ୟାସ କରାଯାଇଥିଲା । ପରବର୍ତୀ ଅବସ୍ଥାରେ ପ୍ରାୟ ୧କୋଟି ବ୍ୟୟରେ ପାଣିକୋଇଲିରେ ଟ୍ରମା କେୟାର ନିର୍ମାଣ ହୋଇଥିଲା । ୨୦୨୪ ପୂର୍ବରୁ ଏହାର କାମ ସରିଥିଲେ ବି ପୂର୍ବ ସରକାର ଏହାକୁ ଉଦ୍ଘାଟନ କରିନଥିଲେ । ପରବର୍ତୀ ଅବସ୍ଥାରେ ସରକାର ବଦଳିବା ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋପାରିନଥିଲା । ଏହା ମଧ୍ୟରେ କୋରେଇ ବିଧାୟକ ଆକଶ ଦାସ ନାୟକ ଏହାକୁ ଉପଖଣ୍ଡ ସ୍ଥରୀୟ ଚିକିତ୍ସାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ଏହା ପରେ ଗତ ଅଗଷ୍ଟ ୧୫ ତାରିଖ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଟ୍ରମା କେୟାର ପରିଦର୍ଶନରେ ଆସିଥିଲେ । ଫଳରେ ଏହାର ଉଦ୍ଘାଟନ ପାଇଁ ବାଟ ଖୋଲିଥିଲା । ଏମିତିକି ଯାଜପୁର ସ୍ୱାସ୍ଥ୍ୟ ବିଭାଗ ଏହି ଟ୍ରମା କେୟାରେ ଆଉଟସୋରସିଂଗ ମାଧ୍ୟମରେ ବିଭିନ୍ନ ପଦବୀରେ ପିଲା ରଖିବାକୁ ଘୋଷଣା କରିଥିଲେ । ହେଲେ ସବୁ ସତ୍ୱେ ମଧ୍ୟ ଅବଧି ଏହା କାର୍ଯ୍ୟ୪ମ ହେଶିପାରିଲା ନାହଇଁ । ସୂଚନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାଳରେ ଏହାକୁ ମଧ୍ୟ ଉଦ୍ଘାଟନ କରାଯାଇଛି । କିନ୍ତୁ ଅବଧି ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ ପାଣିକୋଇଲି ଟ୍ରମା କେୟାରକୁ ପିପିପି ମୋଡରେ ଖୋଲିବାକୁ ଘୋଷଣା କରିଛନ୍ତି । ଯାହା ଫଳରେ ଏହାକୁ ନେଇ କେବଳ ପାଣିକୋଇଲି ନୁହେଁ ସମଗ୍ର କୋରେଇ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଯାଜପୁର ୟୁଥ ଫୋରମ ପକ୍ଷରୁ ଟ୍ରମା କେୟାର ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଛି । ଟ୍ରମାକୟାରକୁ ବେସରକାରୀ ସ୍ତରରେ ବିକ୍ରି କରିବାକୁ ସାଧାରଣରେ ମଧ୍ୟ ନିନ୍ଦା ଓ ବିରୋଧ କରାଯାଇଛି । ଯଦି ଏହାର ପୁନଃବିଚାର କରାନଯାଏ ପୁଣି ଏକ ଜନଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଯାଜପୁର ଜିଲ୍ଲାରେ ଦୁଇଟି ଉପଖଣ୍ଡ ଚିକତ୍ସାଳୟ ଆବଶ୍ୟକତା ଥିବା ବେଳେ ଏଥି ସହିତ ଆବଶ୍ୟକତା ଦୃଷ୍ଟି କୋଣରୁ ଉପଖଣ୍ଡ ଚିକତ୍ସାଳୟ ପାଇଁ ସମସ୍ତ ସୁବିଧା ଉପଲବ୍ଧ ଥିବାରୁ ଏହାକୁ ତୁରନ୍ତ ଉପଖଣ୍ଡ ଚିକତ୍ସାଳୟ କରିବାକୁ ଦାବି ହୋଇଛି । ଏଥି ସହିତ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଟ୍ରମା କେୟାରକୁ ନେଇ ସ୍ଥଗିତ ରଖିଥିବା ଆବେନ୍ଦାଳନକୁ ପୁନଃ ଉଦ୍‌ଜିବିତ କରିବା ପାଇଁ ଆଗେଇ ଆସିଛି । ଯଦି ସରକାର ଏହାର ପୁନଃ ବିଚାର ନକରନ୍ତି ତାହେଲେ ଆଗମୀ ଦିନ ବଢୁଥିବା ଅସନ୍ତୋଷ ଉଗ୍ର ରୂପ ନେବ ଏହାକୁ କେହି ଅଟକାଇ ପାରିବେନି । ଆଜିର ଆନ୍ଦୋଳନ ଓ ପ୍ରତିବାଦରେ ଯାଜପୁର ୟୁଥ ଫୋରମର ସଭାପତି ରାକେଶ ସାହୁଙ୍କ ନେତୃତ୍ୱରେ ରାଜକିଶୋର ମଲ୍ଲିକ, ରବିନ୍ଦ୍ର ଘଡାଇ, ସନ୍ତୋଷ ରାୟ, ପ୍ରଶାନ୍ତ ବିଶ୍ୱାଳ, ରଂଜିତ ପରିଡା, ନିରାକାର ସ୍ୱାଇଁ, ରୁଦ୍ର ବେହେରା, ଶ୍ରୀକାନ୍ତ ପରିଡା, କାହ୍ନା ମଳିକଙ୍କ ସମେତ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୁବାସ ଧଳ, ପ୍ରଦୀପ ମାଝୀ ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande