ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ପ୍ରସ୍ତୁତି ବୈଠକ
ଚମ୍ପୁଆ, ୨୪ ଡିସେମ୍ବର (ହି.ସ.) - ଚମ୍ପୁଆ ଉପଜିଲ୍ଲାପାଳ ସଭାଗୃହଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଜିଲ୍ଲାପାଳ ଫୁରଲାଇ ବେସ୍ରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍
ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ପ୍ରସ୍ତୁତି ବୈଠକ


ଚମ୍ପୁଆ, ୨୪ ଡିସେମ୍ବର (ହି.ସ.) - ଚମ୍ପୁଆ ଉପଜିଲ୍ଲାପାଳ ସଭାଗୃହଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଜିଲ୍ଲାପାଳ ଫୁରଲାଇ ବେସ୍ରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶନି, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ସହକାରୀ ଜିଲ୍ଲାପାଳ ସମରେନ୍ଦ୍ର ଦାସ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ । ଏଥିସହିତ ଚମ୍ପୁଆ ଉପଖଣ୍ଡ ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ପଦାଧିକାରୀ, ବିଭିନ୍ନ ସଂଗଠନ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ନାଏକ ବୈଠକକୁ ପରିଚାଳନା କରିଥିଲେ । ପୂର୍ବ ବର୍ଷ ଭଳି ଉତ୍ସବ ପାଳନ କାର୍ଯ୍ୟକ୍ରମ ଉପରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ଏହି ଦିବସକୁ ପୂର୍ବବର୍ଷ ଭଳି ଆଡମ୍ବର ସହକାରେ ପାଳନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୃହିତ ହେବା ସହିତ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଶିକ୍ଷା ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande