ଟାଟା କମ୍ପାନୀ ବିରୋଧରେ ଗର୍ଜିଲା ଆମ୍ ଆଦମୀ ପାର୍ଟି
ଗଂଜାମ, 24 ଡିସେମ୍ବର (ହି.ସ.) ଟାଟା କମ୍ପାନୀ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇ ଲୋକଙ୍କୁ ଲୁଟ କରିବା ପ୍ରତିବାଦ କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି l ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା, ଅତିରି
ଟାଟା କମ୍ପାନୀ ବିରୋଧରେ ଗର୍ଜିଲା ଆମ୍ ଆଦମୀ ପାର୍ଟି


ଗଂଜାମ, 24 ଡିସେମ୍ବର (ହି.ସ.)

ଟାଟା କମ୍ପାନୀ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇ ଲୋକଙ୍କୁ ଲୁଟ କରିବା ପ୍ରତିବାଦ କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି l ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା, ଅତିରିକ୍ତ ସୁରକ୍ଷା ଜମା ରାଶି ପୈଠ କରିବା ଏବଂ ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରି ତୁରନ୍ତ ଏସବୁ ବାତିଲ କରିବା ଦାବୀ ନେଇ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ତହସିଲଦାରଙ୍କୁ ଦାବୀପତ୍ର ଦେଇଥିଲେ l ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନହେଲ, ଟାଟା ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପାର୍ଟି ତରଫରୁ ଚେତାବନୀ ଦିଆ ଯାଇଛି l

ଆସିକା ଲୋକସଭା ଆବାହକ ଭଜରାମ ସାବତଙ୍କ ନେତୃତ୍ୱରେ ଟାଟା କମ୍ପାନୀ ବିରୁଦ୍ଧରେ ଆଜିକାର ପ୍ରତିବାଦ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ,ଚାଷୀ ନେତା ଲଡୁ କିଶୋର ବିଶ୍ୱାସରାୟ,ଅରକ୍ଷିତ ସାହୁ, ରାମହରି ପାଢ଼ୀ, ଦୟାନିଧି ମାହାନ୍ତି,ସ୍ୱାଧୀନ କୁମାର ସାହୁ, ନାରାୟଣ ମୁନି ପ୍ରମୁଖ ଅନେକ ସ୍ଥାନୀୟ ଲୋକ ଅଂଶ ଗ୍ରହଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande