
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ନୂଆବର୍ଷ ଶୁଭେଚ୍ଛା ନାଁରେ ଭୈରବ ପାଣ୍ଡିଆନ ଓ
ବିଜେଡ଼ିକୁ ତେରଛା ବାଣ ମାରିଲେ ଅରୁଣ । ରାଜ୍ୟରେ ବିଜେଡି ସରକାର ବଦଳିବାର କାରଣ ଲୋକଙ୍କ
ଅର୍ଥନୈତିକ ଦୁର୍ଗତି ଯୋଗୁ ଅନସକ୍ତତା ବୋଲି ପରୋକ୍ଷରେ ଲେଖିଲେ ଅରୁଣ ସାହୁ । ଗାଁ ଓ ସହରି
ଲୋକଙ୍କ ଅର୍ଥନୈତିକ ଦୁର୍ଗତି କଥା ଉଠାଇ ଅରୁଣ ଲେଖିଛନ୍ତି ଏଥିପାଇଁ ଦାୟୀ କିଏ ? ଯେଉଁମାନେ ଦାୟୀ
ତାଙ୍କୁ ଏଇମାନେ ଅର୍ଥାତ ଲୋକମାନେ ହିଁ ଦାୟିତ୍ବ ଦିଅନ୍ତି ଏବଂ ଦାୟିତ୍ବ ଦେଇ ସାରି ଆଶ୍ୱସ୍ତ
ହୁଅନ୍ତି । କେବେ ଯଦି ଅନସକ୍ତ ହୁଅନ୍ତି ତେବେ ବଦଳେଇ ଦିଅନ୍ତି । ମାତ୍ର ଅଦଳ ବଦଳ ରେ ଦାୟୀ
ମାନେ ଖସି ଯାଆନ୍ତି ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନ ଙ୍କୁ ସାଧିଛନ୍ତି ନିଶାନା । ସେହିପରି
ସୁଜାତା କାର୍ତ୍ତିକେୟାନଙ୍କ ବିଜେଡି ଏଣ୍ଟ୍ରି ନେଇ ଆଣ୍ଟି-ପାଣ୍ଡିଆନ ଓ ପ୍ରୋ- ପାଣ୍ଡିଆନ ଙ୍କ
ଭିତରେ ମୁହାଁ ମୁହିଁ ସ୍ଥିତି ଲାଗି ରହିଥିବା ବେଳେ ନବୀନ କିନ୍ତୁ ରହିଛନ୍ତି ନିରବ । ପରୋକ୍ଷରେ
ଏହି ପ୍ରସଙ୍ଗ ଉଠାଇ ଅରୁଣ ଆହୁରି ଲେଖିଛନ୍ତି ଆଶା ଆଶଙ୍କାରେ ଭବିଷ୍ୟତର ଯାତ୍ରା ପାଇଁ ଆଜି
କାହିଁକି ସିଏ କନଫ୍ୟୁଜ ? ଦ୍ଵନ୍ଦାତ୍ମକ ପରିସ୍ଥିତି ଜୀବନର ପ୍ରତିଟି ମୋଡ଼ରେ ଆସେ । ଯେଉଁମାନେ
ସରଳ ସମାଧାନ ସୂତ୍ର ଖୋଜି ବାହାର କରିବାରେ ସମର୍ଥ ହୁଅନ୍ତି ସେଇମାନେ ହିଁ ସଫଳ ହୁଅନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା