
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ସୁବକ୍ତା ବାଗ୍ମୀ ବିଶ୍ଵନାଥ କରଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସମାଜ ସଂସ୍କାରକ, ସାହିତ୍ୟିକ, ସମ୍ପାଦକ, ସୁବକ୍ତା ବାଗ୍ମୀ ବିଶ୍ଵନାଥ କରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି
ପାଇଁ 'ଉତ୍କଳ ସାହିତ୍ୟ' ପତ୍ରିକା ମାଧ୍ୟମରେ
ସେ ଯେଉଁ ଅହେତୁକ ଅବଦାନ ରଖିଯାଇଛନ୍ତି, ତାହା ଚିର ସ୍ମରଣୀୟ। ତାଙ୍କର ଆଦର୍ଶ ଓ ନିଷ୍ଠା ଆମ ସମସ୍ତଙ୍କ ପାଇଁ
ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା