
କେନ୍ଦ୍ରାପଡା, ୨୪ ଡିସେମ୍ବର (ହି.ସ.)
କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସେଣ୍ଟ ଜାଭିୟର୍ସ ସ୍କୁଲ ପରିସର ରେ ଜାତୀୟ ଉପଭୋକ୍ତା ସଚେତନତା ଦିବସ ପାଳନ ମନୋଜ କୁମାର ଶତପଥୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲା ଉପ ନିୟନ୍ତ୍ରକ ବୈଧମାପ ବିଜ୍ଞାନ ବିଭାଗ ଲିଳାମୟ ଦତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦିପ କୁମାର ଦାସ, କାଉନସିଲର ପ୍ରଦିପ୍ତ କୁମାର ଜେନା, ଜେକି ମୁର୍ମୁ, ପ୍ରତିଜ୍ଞା ସାମଲ, ପ୍ରଫୁଲ୍ଲ ସାମଲ, ସ୍କୁଲ ଅଧ୍ୟକ୍ଷ ନିରଞ୍ଜନ ବେହୁରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦୈନଦିନ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ କ୍ରୟ କରୁଥିବା ବେଳେ ତାର ସଠିକ ଓଜନ, ମାପ, ଗୁଣବତା କୁ ପ୍ରାଥମିକତା ଦେବା ଜରୁରୀ । ବିଶେଷକରି ନିଜ ଗାଡିରେ ତେଳ ଭର୍ତି କଲାବେଳେ ମିଟରରେ ପ୍ରଥମେ ଜିରୋ ଚିହ୍ନ ଦେଖିସାରି ତେଲ ପକାଇବା ଆଦି ସଂପର୍କରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଖାଉଟୀ ମାନଙ୍କୁ ବୁଝାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି