
ଧର୍ମଶାଳା,୨୪ ଡିସେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳାର ବାଣୀପୀଠର ୭୮ତମ ବାର୍ଷିକ ଉତ୍ସବ ଓ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତା ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ସବରେ ଉଦଘାଟକ ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଡ. ରବିନ୍ଦ୍ର ବିହାରୀ ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ. ରୋଜାଲିନୀ ଜେନା ଯୋଗଦେବେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଶିକ୍ଷକ ଗଣେଶ୍ୱର ପରିଡା, ମଧୁରମୁରଲୀ ଦାଶଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ର ବଟକୃଷ୍ଣ ମହାନ୍ତି, ପଦ୍ମଚରଣ ପ୍ରଧାନ, ବସନ୍ତ କିଶୋର ସାହୁ, ନଟବର ସାହୁ, କ୍ଷେତ୍ରବାସୀ ସେଠୀ, କାମଦେବ ଶତପଥୀ ଓ ମହମ୍ମଦ ଫରାହିମଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବଦ୍ଧିତ କରାଯିବ । ଏଥିସହିତ ମେଧାବୃତି ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଅତିଥିମାନଙ୍କ ଦ୍ୱାରା ସ୍ମରଣୀକା ବାଣୀବିତାନ ଓ ପୁସ୍ତକ ପ୍ରୀତିପୁଷ୍ପା ଉନ୍ମୋଚନ କରାଯିବ । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱରା ସାଂସକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ବିଜୟ କୁମାର ଶତପଥୀ ଓ ସମ୍ପାଦକ ଆଦିକନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ