ଧର୍ମଶାଳା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
ଧର୍ମଶାଳା,୨୪ ଡିସେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶଙ୍ଖାରୀଢିହସ୍ଥିତ ଧର୍ମଶାଳା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସନ୍ଥ ବିଶ୍ୱନାଥ ଦାସ ମହାରାଜ ଉଦଘାଟକ ଭାବେ
ଧର୍ମଶାଳା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ


ଧର୍ମଶାଳା,୨୪ ଡିସେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶଙ୍ଖାରୀଢିହସ୍ଥିତ ଧର୍ମଶାଳା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସନ୍ଥ ବିଶ୍ୱନାଥ ଦାସ ମହାରାଜ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ ଧର୍ମଶାଳା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ପ୍ରଫେସର ପବିତ୍ର ମାହାଲା ଯୋଗଦେଇଥିଲେ । ଶୃଙ୍ଖଳିତ ପରିବେଶ ଓ ଉତମ ଶିକ୍ଷାଦାନ ହିଁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ,ଏହି ସ୍କୁଲରେ ଅନେକ ପିଲା ପାଠ ପଢି ଉଚ୍ଚ ଅଧିକାରୀ ହୋଇ ପାରିଛନ୍ତି , ଏଠାରେ ନର୍ସରୀ ସହିତ ଯୁକ୍ତ୨ ବିଜ୍ଞାନ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଏହାର ନିର୍ଦ୍ଦେଶକ ଡ. ଭିକାରୀ ସାମଲଙ୍କ ଅବଦାନ ଗୁରୁତ୍ୱପୂର୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବାର୍ଷିକ ଉତ୍ସବର ଉଦଯାପନୀ ଉତ୍ସବରେ ଉଦଘାଟକ ଭାବେ ଯାଜପୁର ସାଂସଦ ଡ.ରବିନାରାୟଣ ବେହେରା, ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ମୁଖ୍ୟବକ୍ତା ଭାବେ କବି ସୁବାସ ଦାସ, ସମ୍ମାନୀତ ଅତିଥି ଭାବେ ନିର୍ଦ୍ଦେଶକ ତଥା ଲିରିଷ୍ଟ ଶ୍ରୀକାନ୍ତ ଗୌତମ ଓ ସ୍ୱତନ୍ତ୍ର ଅତିଥି ବାବେ ହାସ୍ୟ ଅଭିନେତା ତଥା ଗାୟକ ଦୀପକ ତ୍ରିପାଠୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସ୍କୁଲର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande